Get Updates
Get notified of breaking news, exclusive insights, and must-see stories!

'ମିଛ ଗ୍ୟାରେଣ୍ଟିର ଝୁଲା ନେଇ ବୁଲୁଛନ୍ତି ପ୍ରଧାନମନ୍ତ୍ରୀ '

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ତଥା ୱାୟାନାଡ଼ ସାଂସଦ ରାହୁଲ ଗାନ୍ଧୀ ଚାକିରି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କରିଛନ୍ତି ଟାର୍ଗେଟ । ସୋମବାର ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ ମାଧ୍ୟମରେ ଅଭିଯୋଗ କରିଛନ୍ତି ଯେ ପିଏମ ମୋଦୀଙ୍କର ଚାକିରି ଯୋଗାଇଦେବା ଉଦ୍ଦେଶ୍ୟ ନୁହେଁ ।

ନୂଆ ପଦବୀ ସୃଷ୍ଟି କରିବାକୁ ସେ ଭୁଲିଯାଉଛନ୍ତି , ଯୁବକମାନଙ୍କ ପାଇଁ ଚାକିରିର ବନ୍ଦ ଦ୍ୱାର ଖୋଲିବାକୁ ଇଣ୍ଡିଆ ମେଣ୍ଟ ନିଷ୍ପତ୍ତି ନେଇଛି ।କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଯଦି ସଂସଦରେ ଉପସ୍ଥାପିତ କେନ୍ଦ୍ର ସରକାରଙ୍କ ଆକଳନକୁ ବିଶ୍ୱାସ କରାଯାଏ, ତେବେ ୭୮ ଟି ବିଭାଗରେ ୯ ଲକ୍ଷ ୬୪ ହଜାର ପଦବୀ ଖାଲି ପଡ଼ିଛି । ଯଦି ଆମେ କେବଳ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକୁ ଦେଖିବା ।

rahul gandhi

ରେଳବାଇରେ ୨.୯୩ ଲକ୍ଷ, ଗୃହ ମନ୍ତ୍ରଣାଳୟରେ ୧.୪୩ ଲକ୍ଷ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟରେ ୨.୬୪ ଲକ୍ଷ ପଦବୀ ଖାଲି ଅଛି । ୧୫ ଟି ପ୍ରମୁଖ ବିଭାଗରେ ୩୦ ପ୍ରତିଶତରୁ ଅଧିକ ପଦବୀ କାହିଁକି ଖାଲି ଅଛି ସେନେଇ କେନ୍ଦ୍ର ସରକାରଙ୍କ ପାଖରେ କିଛି ଉତ୍ତର ଅଛି କି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆହୁରି ଲେଖିଛନ୍ତି ଯେ ମିଛ ଗ୍ୟାରେଣ୍ଟିର ଝୁଲା ନେଇ ବୁଲୁଥିବା ପ୍ରଧାନମନ୍ତ୍ରୀଙ୍କ ନିଜ କାର୍ଯ୍ୟାଳୟରେ ବହୁ ସଂଖ୍ୟାରେ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ଅଛି, ସ୍ଥାୟୀ ଚାକିରି ଦେବା ଏକ ଭାର ବୋଲି ବିବେଚନା କରୁଥିବା ବିଜେପି ସରକାର କ୍ରମାଗତ ଭାବେ ଚୁକ୍ତି ପ୍ରଣାଳୀକୁ ପ୍ରୋତ୍ସାହନ ଦେଉଛନ୍ତି, ଯେଉଁଠାରେ ସୁରକ୍ଷା କିମ୍ବା ସମ୍ମାନ ନାହିଁ ।

ଖାଲିଥିବା ପଦବୀଗୁଡ଼ିକ ଦେଶର ଯୁବକମାନଙ୍କ ଅଧିକାର ଏବଂ ଆମେ ସେମାନଙ୍କୁ ପୂରଣ କରିବା ପାଇଁ ଏକ ଠୋସ୍ ଯୋଜନା ପ୍ରସ୍ତୁତ କରିଛୁ । ଇଣ୍ଡିଆର ସଂକଳ୍ପ ହେଉଛି ଆମେ ଯୁବକମାନଙ୍କ ପାଇଁ ଚାକିରିର ବନ୍ଦ ଦ୍ୱାର ଖୋଲିବୁ । ବେକାରୀର ଅନ୍ଧକାର ଭାଙ୍ଗିବା ପରେ ଯୁବକଙ୍କ ଭାଗ୍ୟ ଉଜ୍ଜୂଳ ହେବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+