Get Updates
Get notified of breaking news, exclusive insights, and must-see stories!

Farmers Protest: ଆହତ ଚାଷୀଙ୍କ ସହ କଥା ହେଲେ ରାହୁଲ ଗାନ୍ଧି

Farmers Protest: 'ଦିଲ୍ଲୀ ଚାଲୋ' ଆନ୍ଦୋଳନ ସମୟରେ ଆହତ ହୋଇଥିବା ଚାଷୀଙ୍କ ସହ ଫୋନରେ କଥା ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ମଙ୍ଗଳବାର ଦିନ ଶମ୍ଭୁ ସୀମାରେ ପୋଲିସ ସହ ସଂଘର୍ଷରେ ଏହି କୃଷକମାନେ ଆହତ ହୋଇଥିଲେ ।

ବିଭିନ୍ନ ଦାବି ନେଇ ପଞ୍ଜାବ, ହରିୟାଣା, ଦିଲ୍ଲୀର ଚାଷୀ ମାନେ ଦିଲ୍ଲୀ ଚାଲୋ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଚାଷୀଙ୍କ ଆନ୍ଦୋଳନକୁ ନଜରରେ ରଖି ସୁରକ୍ଷାବ୍ୟବସ୍ଥା କଡ଼ାକଡି କରିବା ସହ ଅସ୍ଥାୟୀ ଜେଲର ବ୍ୟବସ୍ଥା କରାଯାଇଛି । ସେହିପରି ସୀମାନ୍ତ ଅଞ୍ଚଳରେ ଚାଷୀଙ୍କୁ ଅଟକାଇବା ପାଇଁ ବଡ଼ବଡ଼ ବ୍ୟାରିକେଟ ଲଗାଯାଇଛି ।

Rahul Gandhi

ଗତକାଲି ହରିୟାଣା ଶମ୍ଭୁ ସୀମାନେ ପୋଲିସ ଓ ଚାଷିଙ୍କ ମଧ୍ୟରେ ଧସ୍ତାଧସ୍ତି ପରି ପରିସ୍ଥିତି ମଧ୍ୟ ଦେଖିବା ପାଇଁ ମିଳିଥିଲା । ପିରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲୁହ ବୁହା ଗ୍ୟାସର ପ୍ରୟୋଗ କରିବା ପାଇଁ ପଡିଥିଲା । ଯେଉଁଥିରେ ଅନେକ ଚାଷୀ ଆହତ ହୋଇଥିବା ନେଇ ସୂଚନା ରହିଛି ।


କୃଷକଙ୍କ ରାଲିକୁ ନେଇ ଦିଲ୍ଲୀର ସମସ୍ତ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ହରିୟାଣା ଏବଂ ପଞ୍ଜାବ ମଧ୍ୟରେ ଥିବା ଶମ୍ଭୁ ସୀମାରେ ଏକ ବଡ଼ ଧରଣର ଅଶାନ୍ତି ଦେଖାଦେଇଛି। ଶମ୍ଭୁ ସୀମାରେ ବିରୋଧ କରୁଥିବା ଚାଷୀଙ୍କ ଉପରେ ହରିୟାଣା ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି । ଚାଷୀଙ୍କୁ ପଛରୁ ଫେରିଯିବା ପାଇଁ ନିର୍ଦ୍ଦେଶ ଦେଇ ପୋଲିସ ଲୁହବୁହା ଗ୍ୟାସର ପ୍ରୟୋଗ କରିଛି । ଯାହା ପରେ ଶମ୍ଭୁ ସୀମା ଉତ୍ତେଜନା ସୃଷ୍ଟି ହୋଇଛି । ପୋଲିସ ଚାଷୀଙ୍କୁ 200 ମିଟର ପଛରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲା ।

କ'ଣ ରହିଛି ଚାଷିଙ୍କ ଦାବି

ସରକାର ଏମଏସପି କ୍ରୟକୁ ଗ୍ୟାରେଣ୍ଟି ଦେବା ଏବଂ ବିଜ୍ଞପ୍ତି ପ୍ରଦାନ କରିବାକୁ କୃଷକମାନେ ଦାବି କରିଛନ୍ତି।

ଏମଏସ୍ ସ୍ୱାମୀନାଥନ ଆୟୋଗର ରିପୋର୍ଟ କାର୍ଯ୍ୟକାରୀ କରାଯିବାକୁ କୃଷକମାନେ ଦାବି କରିଛନ୍ତି।

କୃଷକଙ୍କ ଇନପୁଟ୍ ଖର୍ଚ୍ଚ ଉପରେ 50 ପ୍ରତିଶତ ଲାଭ ଦିଆଯାଉ ବୋଲି କୃଷକମାନେ ଦାବି କରିଛନ୍ତି।

କୃଷକଙ୍କ ଋଣ ଛାଡ କରାଯାଉ ବୋଲି କୃଷକମାନେ ଦାବି କରିଛନ୍ତି।

କୃଷକମାନେ ଆନ୍ଦୋଳନ ସମୟରେ ପଞ୍ଜିକୃତ ହୋଇଥିବା ସମସ୍ତ ମାମଲାକୁ ସରକାର ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି।

ସରକାର ସେମାନଙ୍କୁ MNREGA ଅଧୀନରେ 200 ଦିନ କାମ ଦେବା ଏବଂ ଦୈନିକ ମଜୁରୀକୁ 700 ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+