ପେପର ଲିକ୍ ମାମଲାରେ ବର୍ଷିଲେ ରାହୁଲ, କହିଲେ...
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ପେପର ଲିକ୍ ମାମଲା ସମ୍ପର୍କରେ ନିଜର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଏହା ଯୁବକମାନଙ୍କ ପାଇଁ ଅଭିଶାପ ପାଲଟିଛି । ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି, କେବଳ ଉତ୍ତରପ୍ରଦେଶ ଯୁବକ ମାନଙ୍କ ପାଇଁ ନୁହେଁ ବରଂ ସାରା ଦେଶରେ ପେର୍ପ ଲିକ୍ ଅଭିଶାପ ପାଲଟିଛି ।
ମାତ୍ର ୭ ବର୍ଷ ମଧ୍ୟରେ ୭୦ରୁ ଅଧିକ ପେପର ଲିକ୍ ମାମଲା ୨ କୋଟିରୁ ଅଧିକ ଛାତ୍ରୀଛାତ୍ରଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛି । ଏଥିସହା ସେମାନଙ୍କ ପରିବାର ଉପରେ ଆର୍ôଥକ ଏବଂ ମାନସିକ ବୋଝ ମଧ୍ୟ ପଡୁଛି । କେରଳ ର ୱାୟାନାଡର ସାଂସଦ ଏକ୍ସ ପୋଷ୍ଟରୁ ଆହୁରି ଲେଖିଛନ୍ତି "ବେପରୁଆ ସରକାର, ଦୁର୍ନୀତିଗ୍ରସ୍ତ ଅଧିକାରୀ, ମାଫିଆ ଏବଂ ବେସରକାରୀ ପ୍ରିଣ୍ଟିଂ ପ୍ରେସ୍ କପି କରିବା ଏବଂ ପ୍ରତ୍ୟେକ ସ୍ତରରେ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ।

ଯେତେବେଳେ ମୁଁ ଛାତ୍ର ମାନଙ୍କ ସହିତ କଥା ବାର୍ତ୍ତା ହୋଇଥିଲି , ସେତେ ବେଳେ ସେମାନେ ମୋତେ କହିଥିଲେ ଯେ ପେପର ଲିକ୍ ହେବାର ୩ ଟି ମୁଖ୍ୟ କାରଣ ଅଛି । ୧- ସରକାରୀ ଯନ୍ତ୍ରପାତି ବିକ୍ରି, ୨- ଘରୋଇ ପ୍ରିଣ୍ଟିଂ ପ୍ରେସ୍ ଏବଂ ୩- ସବୋର୍ଡେଟ୍ ସେବା ଚୟନ ଆୟୋଗ ଯାହା ଦୁର୍ନୀତି ର ଗନ୍ତାଘର ରେ ପରିଣତ ହୋଇଛି ।
କଂଗ୍ରେସ ନେତାଙ୍କ କହିବା ଅନୁଯାୟୀ, "ସମସ୍ତଙ୍କ ଠାରୁ ଗ୍ରହଣ କରାଯାଇଥିବା ପରାମର୍ଶକୁ ମିଶାଇ ଯୁବ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପାଇଁ କଂଗ୍ରେସ ଏକ ଠୋସ୍ ଏବଂ ନିର୍ବୋଧ ଯୋଜନା ପ୍ରସ୍ତୁତ କରୁଛି ଏବଂ ତାହା ଖୁବ୍ ଶୀଘ୍ର ଆମେ ଆପଣଙ୍କ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରିବୁ । ଆମେ ଯବ ପିଢ଼ିଙ୍କ ଭବିଷ୍ୟତ ସହିତ ଖେଳିବାକୁ ଦେବୁ ନାହିଁ । ଯୁବକମାନଙ୍କ ଭବିଷ୍ୟତ ହେଉଛି ଇଣ୍ଡିଆ ମିଳିତ ମଞ୍ଚର ପ୍ରାଥମିକତା । "












Click it and Unblock the Notifications