ରାହୁଲଙ୍କ ଇସ୍ତଫା ହେଲା ମଞ୍ଜୁର

ନୂଆଦିଲ୍ଲୀ: ଆରମ୍ଭ ହେଲା ଅଷ୍ଟାଦଶ ସଂସଦର ସ୍ୱତନ୍ତ୍ର ଅଧିବେଶନ । ଲୋକସଭାର କାମଚଳା ବାଚସ୍ପତି ଭାବେ ଭତ୍ତୃହରି ମହତାବ ଶପଥ ନେବା ପରେ ଜଣକ ପରେ ଜଣେ କରି ସାଂସଦ ଶପଥ ନେଉଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତର ତୃତୀୟ ଥର ପାଇଁ ସାଂସଦ ଭାବେ ଶପଥ ନେଇଛନ୍ତି ।

ବାଚସ୍ପତି ଭର୍ତ୍ତୃହରି ମହତାବ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହା ସହ କାମଚଳା ବାଚସ୍ପତି ଭାବେ ଗୃହ ପରିଚାଳନା କରୁଛନ୍ତି ଭର୍ତ୍ତୃହରି ମହତାବ । ତେବେ ପାର୍ଲାମେଣ୍ଟର ଫାଷ୍ଟ ଡେ'ରେ ଫାଷ୍ଟ ଶୋ' ଦେଖିବାକୁ ମିଳିଛି । ଆରମ୍ଭରୁ ହିଁ ମୁହାଁମୁହିଁ ହୋଇଛନ୍ତି ବିଜେପି-କଂଗ୍ରେସ ।କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ସୂଚନା ଦେଇଛନ୍ତି ଯେ, ରାହୁଲ ଗାନ୍ଧୀ କେରଳର ୱାୟନାଡ ଲୋକ ସଭା ଆସନରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫା ଗ୍ରହଣ କରାଯାଇଛି ।

ଏଥି ସହିତ ବିରୋଧୀ ମେଣ୍ଟ 'ଇଣ୍ଡିଆ' ମଧ୍ୟ ଅନେକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କ୍ରମାଗତ ଭାବରେ ଘେରି ରହିଛି । କଂଗ୍ରେସ ଅଭିଯୋଗ କରିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟ ବାହାରେ ଦେଶକୁ ଏକ ବାର୍ତ୍ତା ଦେଇଛନ୍ତି ଏବଂ ସେ କେବଳ ଏହି ପ୍ରସଙ୍ଗରୁ ଧ୍ୟାନ ଆକର୍ଷଣ କରିବା ବିଷୟରେ କହିଥିଲେ ।

rahul gandhi

ସେପଟେ ଅଧିବେଶନ ଆରମ୍ଭ ପୂର୍ବରୁ ସୋଶାଲ ମିଡିଆରେ ଆରମ୍ଭ ହୋଇଯାଇଛି ବାକ୍ ଯୁଦ୍ଧ । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଓ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶଙ୍କ ଭିତରେ ତୁ ତୁ ମେଁ ମେଁ ଦେଖିବାକୁ ମିଳିଛି । ଲୋକସଭା ଅଧିବେଶନ ଆରମ୍ଭ ପୂର୍ବରୁ ଅଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କିରଣ ରିଜିଜୁ ୧୮ତମ ଲୋକସଭା ସଦସ୍ୟଙ୍କ ପାଇଁ ଏକ ସ୍ୱାଗତ ବାର୍ତ୍ତା ପୋଷ୍ଟ କରିଥିଲେ ।

ସେ ଏଥିରେ କହିଥିଲେ, '୧୮ ତମ ଲୋକସଭାର ପ୍ରଥମ ଅଧିବେଶନ ଆଜି ଠାରୁ ଆରମ୍ଭ ହେଉଛି । ମୁଁ ସମସ୍ତ ନବ ନିର୍ବାଚିତ ସମ୍ମାନିତ ସଦସ୍ୟମାନଙ୍କୁ ସ୍ୱାଗତ କରୁଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ମୁଁ ସଦସ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ଉପଲବ୍ଧ ରହିବି । ମୁଁ ସମନ୍ୱୟରେ ସକରାତ୍ମକ ରୂପେ କାର୍ଯ୍ୟ କରିବାକୁ ଚାହୁଁଛି ।'

ଏହାକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ତାଙ୍କୁ ଟାର୍ଗେଟ୍ କରିଛନ୍ତି । କିରଣ ରିଜିଜୁଙ୍କ ଏହି ପୋଷ୍ଟରେ ସେ କମେଣ୍ଟ କରି ଲେଖିଛନ୍ତି, 'ମିଷ୍ଟର ମିନିଷ୍ଟର, ଆପଣଙ୍କ ଶବ୍ଦ ଅପେକ୍ଷା ଆପଣଙ୍କ ଆକ୍ସନ କଥା କୁହେ । ଯାହା କହୁଛନ୍ତି ତାହା କାମରେ କରି ଦେଖାନ୍ତୁ ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+