ସାମ୍ନାକୁ ଆସିଲା ରାହୁଲଙ୍କ ସମ୍ପତ୍ତି ତାଲିକା, ଜାଣନ୍ତୁ ତାଙ୍କ ପାଖରେ ଅଛି କେତେ ଟଙ୍କା?
କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେରଳର ୱାୟନାଡ଼ ଲୋକ ସଭା ଆସନରୁ ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ରାହୁଲ ଦେଇଥିବା ଆଫିଡେଭିଟ୍ ଅନୁଯାୟୀ ତାଙ୍କ ପାଖରେ ଏବେ ମାତ୍ର ୫୫ହଜାର ଟଙ୍କା ନଗଦ ଟଙ୍କା ରହିଛି । ଜାଣିବାକୁ ମିିଳିଛି ଯେ ରାହୁଲଙ୍କ ନିକଟରେ ୨୦ କୋଟି ଟଙ୍କା ଅଛି। ତାଙ୍କ ନାମରେ କୌଣସି ଫ୍ଲାଟ୍ କିମ୍ବା ଯାନର ମାଲିକାନା ନାହିଁ।୨୦୨୨-୨୩ରେ ସେ ମୋଟ ୧,୦୨,୭୮,୬୮୦ ଟଙ୍କା ରୋଜଗାର କରିଛନ୍ତି ।
ଏହା ବ୍ୟତୀତ ରାହୁଲଙ୍କ ନିର୍ବାଚନୀ ଘୋଷଣାନାମା ଅନୁଯାୟୀ, ତାଙ୍କ ପାଖରେ ୨୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ସେଥି ମଧ୍ୟରୁ ୯.୨୪ କୋଟି ମୂଲ୍ୟର ସ୍ଥାବର ଏବଂ ୧୧.୧୫ କୋଟି ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି । ୨୬.୨୫ ଲକ୍ଷ ବ୍ୟାଙ୍କ ଡିପୋଜିଟ, ବଣ୍ଡ ଏବଂ ସେଆର ବଜାରରେ ୪.୩୩ କୋଟି ନିବେଶ କରିଛନ୍ତି । ମ୍ୟୁଚୁଆଲ ଫଣ୍ଡରେ ୩.୮୧ କୋଟି, ଗୋଲ୍ଡ ବଣ୍ଡରେ ୧୫.୨୧ ଲକ୍ଷ ଏବଂ ୪.୨୦ ଲକ୍ଷ ଟଙ୍କାର ଅଳଙ୍କାର ରହିଛି ।

ରାହୁଲଙ୍କ ୧୧.୧୫ କୋଟି ଟଙ୍କାର ସ୍ଥାବର ସଂପତ୍ତି ରହିଛି ସେଥିରେ ତାଙ୍କର ଚାଷ ଜମି ରହିଛି, ଯାହାକି ଉଭୟ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନାମରେ ଅଛି । ସେହିପରି ଗୁରୁଗ୍ରାମରେ ୯ କୋଟି ଟଙ୍କାର ଏକ ଅଫିସ୍ ସ୍ପେସ୍ ରହିଛି । ସୁଚନାନୁସାରେ ଗତକାଲି ମେଗା ରୋଡ୍ ସୋ' ପରେ ନାମାଙ୍କନ ପତ୍ର ଦାଖଲ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।
ଗତକାଲି କେରଳର ୱାଏନାଡରୁ ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଏହାପୂର୍ବରୁ ସେ ଏକ ରୋଡ୍ ସୋ କରିଥିଲେ ଯେଉଁଥିରେ କଂଗ୍ରେସର ସାଧାରଣ ସମ୍ପାଦକ ତଥା ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ ।












Click it and Unblock the Notifications