Get Updates
Get notified of breaking news, exclusive insights, and must-see stories!

ନିର୍ବାଚନ ଲଢ଼ିବେ ନାହିଁ ଖଡଗେ?

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଚଳିତ ବର୍ଷ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନ କରି ପାରନ୍ତି । ଚର୍ଚ୍ଚା ହେଉଛି ଯେ ଏଥର ତାଙ୍କୁ ରାଜନୈତିକ ମଇଦାନରେ ତାଙ୍କୁ ଦେଖିବାକୁ ମିଳିବ ନାହିଁ ।ଏଭଳି ଚର୍ଚ୍ଚା ହେବା କାରଣରୁ ଦଳ ମଧ୍ୟରେ ଏବେ ବିଭିନ୍ନ ଆଲୋଚନ ହେବାରେ ଲାଗିଛି ।

ସୂଚନାନୁସାରେ ଗତ ସପ୍ତାହରେ କର୍ଣ୍ଣାଟକର ପ୍ରାର୍ଥୀଙ୍କ ତାଲିକା ସମ୍ପର୍କରେ ଅନୁଷ୍ଠିତ ବୈଠକରେ ଗୁଲବର୍ଗ ନିର୍ବାଚନମଣ୍ଡଳୀରୁ ଖର୍ଗେଙ୍କ ନାମ ଉପରେ ସମସ୍ତେ ସହମତ ହୋଇଥିଲେ । କିନ୍ତୁ ବର୍ତ୍ତମାନ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏହି ଆସନରୁ ଖର୍ଗେ ତାଙ୍କ ଜ୍ୱାଇଁ ରାଧାକ୍ରିଷ୍ଣନ୍ ଡୋଡାମଣୀଙ୍କୁ ଓହ୍ଲାଇ ପାରନ୍ତି ।

Mallikarjun Kharge

ମଲ୍ଲିକାର୍ଜୁନ ଖର୍ଗେ ଗୁଲବର୍ଗ ନିର୍ବାଚନ ମଣ୍ଡଳୀରୁ ଦୁଇଥର ବିଜୟ ଲାଭ କରିଛନ୍ତି କିନ୍ତୁ ୨୦୧୯ ନିର୍ବାଚନରେ ପରାଜୟର ସମ୍ମୁଖୀନ୍ନ ହୋଇଥିଲେ । ସେବେଠାରୁ ସେ ରାଜ୍ୟସଭା ରେ ଅଛନ୍ତି, ଯେଉଁଠାରେ ସେ ବିରୋଧୀ ଦଳର ନେତା ଅଟନ୍ତି ଏବଂ ଉପର ଗୃହରେ ତାଙ୍କର ଆଉ ଚାରି ବର୍ଷ ବାକି ଅଛି । ମଲ୍ଲିକାର୍ଜୁନ ଖର୍ଗେଙ୍କ ପୁଅ ପ୍ରିୟାଙ୍କ ଖର୍ଗେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ କ୍ୟାବିନେଟରେ ଜଣେ ମନ୍ତ୍ରୀ ଅଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଖର୍ଗେଙ୍କ ପୁଅ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଗ୍ରହୀ ନୁହଁନ୍ତି ।

ମଲ୍ଲିକାର୍ଜୁନ ଖର୍ଗେ କହିଛନ୍ତି ଯେ ସେ କେବଳ ଗୋଟିଏ ନିର୍ବାଚନ ମଣ୍ଡଳୀରେ ସୀମିତ ରହିବାକୁ ଚାହୁଁନାହାଁନ୍ତି ବରଂ ସମଗ୍ର ଦେଶ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି । ଦଳର ସଭାପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାର କୌଣସି ରେକର୍ଡ ନାହିଁ । ନିକଟ ଅତୀତରେ ଉଭୟ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ପ୍ରତିଦ୍ୱନ୍ଦ୍ୱିତା କରି ନିର୍ବାଚନ ରେ ଜିତିଥିଲେ । ତେବେ ରାହୁଲ ଗାନ୍ଧୀ ୨୦୧୯ ରେ ସ୍ମୃତି ଇରାନୀଙ୍କ ନିର୍ବାଚନରେ ହାରିଯାଇଥିଲେ ଯାହା ଆମେଠୀ ଆସନ ଦଳର ଗଡ଼ ଥିଲା । ଏପରିକି ବିଜେପିରେ ରାଷ୍ଟ୍ରିଧ୍ୟକ୍ଷ ଜେପି ନଡା ଚଳିତ ବର୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+