Get Updates
Get notified of breaking news, exclusive insights, and must-see stories!

ସର୍ଜିକାଲ ଷ୍ଟ୍ରାଇକ୍ ଓ ପୁଲୱାମା ଆକ୍ରମଣର ରିପୋର୍ଟ କେନ୍ଦ୍ର ଏପର୍ଯ୍ୟନ୍ତ ଦେଇ ନାହିଁ, ଏହା ମିଥ୍ୟା କି! : ଦିଗବିଜୟ ସିଂହ

ସର୍ଜିକାଲ ଷ୍ଟ୍ରାଇକ୍ ଓ ପୁଲୱାମା ଆକ୍ରମଣର ରିପୋର୍ଟ କେନ୍ଦ୍ର ଏପର୍ଯ୍ୟନ୍ତ ଦେଇ ନାହିଁ, ଏହା ମିଥ୍ୟା କି! : ଦିଗବିଜୟ ସିଂହ

Digvijaya Singh

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଏବଂ ପାକିସ୍ତାନ ଉପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକକୁ ନେଇ କଂଗ୍ରେସ ପୁଣି ଥରେ ପ୍ରଶ୍ନ ଉଠାଇଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ସୋମବାର ଦିନ ଜାମ୍ମୁରେ କଂଗ୍ରେସର 'ଭାରତ ଯୋଡୋ ଯାତ୍ରା' ସମୟରେ କହିଛନ୍ତି ଯେ ପୁଲୱାମା ଆକ୍ରମଣ ସମ୍ପର୍କରେ ଆଜି ପର୍ଯ୍ୟନ୍ତ କୌଣସି ରିପୋର୍ଟ ପ୍ରକାଶ କରାଯାଇ ନାହିଁ କିମ୍ବା ୨୦୧୬ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ସମ୍ପର୍କରେ କୌଣସି ପ୍ରମାଣ ନାହିଁ।

କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ମିଥ୍ୟା ଖବର ପ୍ରଚାର କରୁଥିବା ନେଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ୨୦୧୬ ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଉପରେ କେନ୍ଦ୍ର ଆଜି ପର୍ଯ୍ୟନ୍ତ ରିପୋର୍ଟ ରଖିନାହିଁ । ସେହିପରି ରାଜ୍ୟରୁ ଧାରା ୩୭୦ ହଟିବା ପରେ ପୁଣି ଟାର୍ଗେଟ ହତ୍ୟା ଥରେ ଆରମ୍ଭ ହୋଇଯାଇଛି ।

ସେହିପରି ସେ କହିଛନ୍ତି ଯେ, ଆମର ୪୦ ଜଣ CRPF ଯବାନ ପୁଲୱାମାରେ ସହିଦ ହୋଇଥିଲେ । CRPF ଯବାନଙ୍କୁ ବିମାନରେ ନିଆଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରାଯାଇଥିଲା । ହେଲେ ଏଥି ପାଇଁ ଅନୁମତି ମିଳିନଥିଲା ଏବଂ ଯବାନଙ୍କୁ ଗାଡ଼ିରେ ଯିବା ପାଇଁ ପଡିଥିଲା ଏବଂ ଆତଙ୍କବାଦୀ ମାନେ ସିଆରପିଏଫ୍ ଯବାନଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ କେନ୍ଦ୍ର ବଡ ବଡ ଦାବି କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁଲୱାମା ଆକ୍ରମଣକୁ ନେଉ କୌଣସି ରିପୋର୍ଟ ସଂସଦରେ ରଖାଯାଇ ନାହିଁ । କେନ୍ଦ୍ର ସରକାର କେବଳ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି କହିଛନ୍ତି ଦିଗବିଜୟ ସିଂହ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+