ଶଶି ଥରୁରଙ୍କୁ ବିଜେପି ମୁଖପାତ୍ର କହିଲେ କଂଗ୍ରେସ ନେତା, ଜାଣନ୍ତୁ କାହିଁକି ?

କଂଗ୍ରେସ ନେତା ଉଦିତ ରାଜ ଆଜି ତାଙ୍କ ଦଳୀୟ ସହଯୋଗୀ ତଥା ଲୋକସଭା ସାଂସଦ ଶଶୀ ଥରୁରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପାନାମାରେ ଏକ ବହୁଦଳୀୟ ପ୍ରତିନିଧି ଦଳରେ ଯୋଗଦେଇ ଥରୁର ଆତଙ୍କବାଦ ମୁକାବିଲା ଦିଗରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ, ବିଶେଷ କରି ୨୦୧୬ ସର୍ଜିକାଲ ଷ୍ଟ୍ରାଇକ୍ ଓ ୨୦୧୯ ବାଲାକୋଟ ଏୟାର୍‌ଷ୍ଟ୍ରାଇକ୍ ବିଷୟରେ ଉଲ୍ଲେଖ କରିଥିଲେ। ଏହି ଅପରେସନ୍‌ଗୁଡ଼ିକରେ ଭାରତ କିପରି ଉଭୟ ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ପାକିସ୍ତାନରେ ଥିବା ଆତଙ୍କବାଦୀ ଅନୁଷ୍ଠାନଗୁଡ଼ିକୁ ଟାର୍ଗେଟ୍ କରିଥିଲା ତାହା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

Shashi Tharoor

'୨୦୧୫ ସେପ୍ଟେମ୍ବରରେ ଭାରତ ପ୍ରଥମ ଥର ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ନିୟନ୍ତ୍ରଣ ରେଖା ଅତିକ୍ରମ କରି ଉରିରେ ଏକ ଆତଙ୍କବାଦୀ ଲଞ୍ଚପ୍ୟାଡ୍ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା। ଏହା ପୂର୍ବରୁ ଆମେ ଏଭଳି କରି ନ ଥିଲୁ। ଏପରିକି କାର୍ଗିଲ ଯୁଦ୍ଧ ସମୟରେ ମଧ୍ୟ ଆମେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ନ ଥିଲୁ। ଏହାପରେ ଜାନୁଆରି ୨୦୧୯ରେ ପୁଲୱାମାରେ ଆକ୍ରମଣ ହୋଇଥିଲା। ସେତେବେଳେ ଆମେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ବାଲାକୋଟରେ ଥିବା ଆତଙ୍କବାଦୀ ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲୁ। ଏଥର ଆମେ ଉଭୟକୁ ଅତିକ୍ରମ କରିଛୁ। ଆମେ ପାକିସ୍ତାନର ପଞ୍ଜାବୀ ହାର୍ଟଲ୍ୟାଣ୍ଡରେ ୯ଟି ସ୍ଥାନରେ ଥିବା ଆତଙ୍କବାଦୀ ଶିବିର, ପ୍ରଶିକ୍ଷଣ କେନ୍ଦ୍ର ଓ ଆତଙ୍କବାଦୀ ମୁଖ୍ୟାଳୟ ଉପରେ ଆକ୍ରମଣ କରିଛୁ' ବୋଲି ଥରୁର କହିଛନ୍ତି।

ଉଦିତ ରାଜ ଏହି ମନ୍ତବ୍ୟକୁ ତୀବ୍ର ବିରୋଧ କରିଛନ୍ତି। ବିଶେଷ କରି ଥରୁର କଂଗ୍ରେସର ଐତିହାସିକ ଉପଲବ୍ଧିକୁ ଅଣଦେଖା କରୁଥିବା ନେଇ ସେ ଆପତ୍ତି ଉଠାଇଛନ୍ତି। ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବରୁ ଭାରତ କେବେ ବି ଏଲ୍‌ଓସି ଓ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିନାହିଁ ବୋଲି କହି କଂଗ୍ରେସର ସ୍ବର୍ଣ୍ଣିମ ଇତିହାସକୁ ଆପଣ କିପରି ଅପମାନିତ କରିପାରିବେ? ଥରୁରଙ୍କ ବୟାନକୁ ପ୍ରତିହତ କରିବା ପାଇଁ ସେ ୧୯୬୫ ଓ ୧୯୭୧ ଯୁଦ୍ଧ ଏବଂ ଉପା ସରକାର ସମୟରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ର ଉଦାହରଣ ଦେଇଥିଲେ। କଂଗ୍ରେସ ସାଂସଦ ଶଶୀ ଥରୁର ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସରକାର ସପକ୍ଷରେ କହିବା ସହ ଏବେ ବିଜେପିର ସୁପର୍‌ ମୁଖପାତ୍ର ପାଲଟିଛନ୍ତି ବୋଲି ଉଦିତ କହିଛନ୍ତି। ବର୍ତ୍ତମାନର କେନ୍ଦ୍ର ସରକାର ସଶସ୍ତ୍ର ବାହିନୀର କାର୍ଯ୍ୟର ଶ୍ରେୟ ନେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+