କଂଗ୍ରେସ ନେତାଙ୍କ ବୟାନ, ଟିଏମ୍ସିକୁ ଭୋଟ୍ ଦେବା ଅପେକ୍ଷା ବିଜେପିକୁ ଭୋଟ୍ ଦେବା ଭଲ
ନୂଆଦିଲ୍ଲୀ: ଦେଶରେ ଏବେ ରାଜନୈତିକ ମାହୋଲ ରହିଛି ବେସ ସରଗରମ । ଆଉ ଏହାରି ଭିତରେ ୨ଟି ପର୍ଯ୍ୟାୟ ନିର୍ବାଚନ ସରିଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ମେ ୭ରେ ହେବ । ସେଥିଲାଗି ଦେଶର ବିଭିନ୍ନ ଦଳ ଗୁଡ଼ିକ ଜୋରଦାର କରୁଛନ୍ତି ପ୍ରଚାର । ଆଉ ନିର୍ବାଚନି ମାହୋଲ ଭିତରେ କଂଗ୍ରେସ ଟିଏମସିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କଂଗ୍ରେସ ଓ ଟିଏମ୍ସି ଗୋଟିଏ ମେଣ୍ଟରେ ଥିଲେ ବି ପଶ୍ଚିମବଙ୍ଗରେ ଦୁଇ ଦଳଙ୍କ ମଧ୍ୟରେ ଅହି ନକୁଳ ସମ୍ପର୍କ ରହିଛି ।
ବରଂ ବିରୋଧୀକୁ ପ୍ରଶଂସା ହେଉଛି ହେଲେ ମେଣ୍ଟ ସହଯୋଗୀର ଛାଇ ଦେଖିଲେ ନାହି ଡେଉଁଛି । ପଶ୍ଚିମବଙ୍ଗରେ କଂଗ୍ରେସ ଓ ଟିଏମ୍ସି ମଧ୍ୟରେ ଏମିତି ଚାଲିଛି । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହୁ କହୁ କହିଦେଇଛନ୍ତି- ଟିଏମ୍ସିକୁ ଭୋଟ୍ ଦେବା ଅପେକ୍ଷା ବିଜେପିକୁ ଭୋଟ୍ ଦେବା ଭଲ । ମଙ୍ଗଳବାର ଏକ ସଭାକୁ ସମ୍ବୋଧନ କରି ଅଧୀର ଏଭଳି ବୟାନ ଦେବା ପରେ ରାଜ୍ୟରେ ଦୁଇ ଦଳଙ୍କ ମଧ୍ୟରେ ତିକ୍ତତା ଆହୁରି ବଢ଼ି ଯାଇଛି ।
ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ତଥା ବ୍ରହ୍ମପୁର ଲୋକ ସଭା ପ୍ରାର୍ଥୀ ଆଧୀର ରଂଜନଙ୍କ ଭାଷଣର ଏକ ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ସ୍ପଷ୍ଟୀକରଣ ଦେଇଛି ।ମୁର୍ସିଦାବାଦରେ ଏକ ନିର୍ବାଚନ ରାଲିରେ, ଯେଉଁଠାରେ ସିପିଏମ୍ ରାଜ୍ୟ ସଚିବ ତଥା ପୂର୍ବତନ ସାଂସଦ ଏମ ସଲିମ୍ ଇଣ୍ଡିଆ ବ୍ଲକ୍ ପ୍ରାର୍ଥୀ ଅଟନ୍ତି । ଏଠାରେ ଅଧୀର ରଂଜନ କହିଛନ୍ତି ଯେ ଏଥର '୪୦୦ ପାର' ଘଟିବ ନାହିଁ ... ୧୦୦ ଟି ସିଟ୍ ଭଜପା ହାତରୁ ଚାଲି ଯାଇଛି ।

କଂଗ୍ରେସ ଏବଂ ସିପିଆଇ (ଏମ) ଜିତିବା ଆବଶ୍ୟକ, ଯଦି କଂଗ୍ରେସ ଏବଂ ସିପିଆଇ (ଏମ) ଜିତିବ ନାହିଁ, ତେବେ ଧର୍ମନିରପେକ୍ଷତା ବିପଦରେ ପଡ଼ିବ । ତେଣୁ ଟିଏମସିକୁ ଭୋଟ ଦେବା ଅପେକ୍ଷା ଭାଜପାକ ଭୋଟ ଦେବା ଭଲ । ତେଣୁ ଆପଣମାନେ କଂଗ୍ରେସକୁ ଭୋଟ ଦିଅନ୍ତୁ ।" ତେବେ ଆଧୀର ରଂଜନଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ ଭିଡିଓ ଦେଖି ନାହାଁନ୍ତି ।
ସେ କହିଛନ୍ତି ମୁଁ ଭିଡିଓ ଦେଖି ନାହିଁ ଏବଂ କେଉଁ ପ୍ରସଙ୍ଗରେ ସେ ଏହା କହିଛି ତାହା ମୁଁ ଜାଣେ ନାହିଁ କିନ୍ତୁ ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ କଂଗ୍ରେସ ଦଳର କେବଳ ଗୋଟିଏ ଉଦ୍ଦେଶ୍ୟ ଅଛି ଯାହା ହେଉଛି ଭାଜପାର ଆସନ ସଂଖ୍ୟାକୁ ହ୍ରାସ କରିବା ।












Click it and Unblock the Notifications