ରାହୁଲଙ୍କୁ କଟାକ୍ଷ କରିଲେ ପିଏମ ମୋଦି, ଏପଟେ କଂଗ୍ରେସ ହାରୁଛି, ସେପଟେ ପାକିସ୍ତାନ କାନ୍ଦୁଛି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପାକିସ୍ତାନୀ ନେତା ପ୍ରଶଂସା କରିବା ପରେ ବିଜେପି ଏବେ କଂଗ୍ରେସକୁ କରିଛି କଡ଼ା ସମାଲୋଚନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କଂଗ୍ରେସ ହେଉଛି ପାକିସ୍ତାନର ପ୍ରଶଂସକ । ଦେଶରେ କଂଗ୍ରେସ ଅସ୍ତ ହେବାକୁ ବସିଛି । ଏହାକୁ ସହ୍ୟ କରିପାରୁ ନାହାନ୍ତି ପାକିସ୍ତାନୀ ନେତା ।

କାରଣ କଂଗ୍ରେସ ହେଉଛି ପାକିସ୍ତାନର ପ୍ରଶଂସକ । ଗୁରୁବାର ଗୁଜୁରାଟର ଆନନ୍ଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ସମୟ ମଧ୍ୟରେ ସେ କଂଗ୍ରେସ ଦଳକୁ କଡା ସମାଲୋଚନର କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି ଯେ କଂଗ୍ରେସ ଏଠାରେ ମରୁଛି ଏବଂ ସେଠାରେ ପାକିସ୍ତାନ କାନ୍ଦୁଛି, କଂଗ୍ରେସ ଏବଂ ପାକିସ୍ତାନ ମଧ୍ୟରେ ସହଭାଗିତା ବା ପାର୍ଟନରଶିପ ପ୍ରକାଶ ପାଇଛି ।

Narendra modi

ଦେଶରେ ୬୦ ବର୍ଷ ଧରି କଂଗ୍ରେସ ଶାସନ ଚାଲିଥିଲା । ବର୍ତ୍ତମାନ ଦେଶରେ ବିଜେପି÷ର ୧୦ବର୍ଷ ସେବା ଅବଧି ମଧ୍ୟ ଦେଖିବାକୁ ମିଳିଛି । ତାହା ଥିଲା ରାଜତ୍ୱ, ଏହା ହେଉଛି ସେବା ଅବଧି । ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ 'କଂଗ୍ରେସର ୬୦ ବର୍ଷ ଶାସନରେ ଗ୍ରାମାଞ୍ଚଳର ପ୍ରାୟ ୬୦ ପ୍ରତିଶତ ଲୋକଙ୍କର ଶୌଚାଳୟ ନଥିଲା । ୧୦ବର୍ଷ ମଧ୍ୟରେ ଭାଜପା ସରକାର ଶତପ୍ରତିଶତ ଶୌଚାଳୟ ନିର୍ମାଣ କରିଥିଲେ ।

ସୂଚନା ଅନୁସାରେ, ଇମ୍ରାନ୍ ଖାନଙ୍କ ସରକାରରେ ଥିବା ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ହୁସେନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ'ରେ ଏକ ପୋଷ୍ଟ କରି ରାହୁଲଙ୍କୁ ପ୍ରଶଂସା କରିଥିଲେ । ରାହୁଲ ଗାନ୍ଧୀଙ୍କ ଏକ ଭାଷଣର କିଛି ଅଂଶକୁ ପୋଷ୍ଟ କରିବା ସହିତ "ରାହୁଲ ଅନ୍ ଫାୟାର' ବୋଲି ସେ ଲେଖିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+