କଂଗ୍ରେସର ହାଟ୍ରିକ୍ ପରାଜୟ, ଆଗକୁ କି ପଦକ୍ଷେପ ନେବେ ରାହୁଲ?
ଦିଲ୍ଲୀ ବିଧାନସଭା ନିର୍ବାଚନର ଚିତ୍ର ସ୍ପଷ୍ଟ ହୋଇଗଲାଣି । ଦୀର୍ଘ ୨୭ ବର୍ଷ ପରେ ବିଜେପି ସରକାର ଗଠନ କରିବ। ଭାରତୀୟ ରାଜନୀତିରେ ସକ୍ରିୟ ଥିବା ଆମ ଆଦମୀ ପାର୍ଟି ୧୦ ବର୍ଷ ପରେ କ୍ଷମତାରୁ ବାହାରେ , 'ହାତ' ହାତରୁ ଦିଲ୍ଲୀ ସୁଯୋଗ ବି ଗଲା । ୨୦୧୫ ପରେ ୨୦୨୦ ଆଉ ଏବେ ୨୦୨୫ରେ ବି ଦଳର ଦୁର୍ବଳତା କାରଣରୁ 'ହାତ' ପଛରେ ପଡିଛି ଆଉ ଶେଷରେ ହାରିଛି । ଲଗାତାର ୩ ଥର ପାଇଁ ପରାଜୟର ସ୍ବାଦ ଚାଖୁଥିବା କଂଗ୍ରେସ ଏତେ ଶୌଚନୀୟ ପ୍ରଦର୍ଶନ କରିଛି ଯେ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କଂଗ୍ରେସ ଏଥର ବି ଖାତା ଖୋଲି ପାରିନି ।
ଦିଲ୍ଲୀରେ ମୋଟ ୭୦ ଆସନରୁ ୨୦୧୫ରେ କଂଗ୍ରେସ ଗୋଟିଏ ବି ଆସନରେ ଜିତି ନଥିଲା । ସେହିପରି ୨୦୨୦ରେ ବି କଂଗ୍ରେସ କମବ୍ୟାକ୍ କରିପାରିନଥିଲା, ଗତଥର ବି ଶୂନରେ ଶୋଇଥିଲା । ଆଉ ଏଥର ବି ୨୦୨୫ ନିର୍ବାଚନରେ ଶୂନରେ ଅଟକିଛି କଂଗ୍ରେସ । ଅର୍ଥାତ ଦିଲ୍ଲୀରେ ହାଟ୍ରିକ୍ ଥର ଶୂନରେ ହାରିଲାଣି କଂଗ୍ରେସ ।













Click it and Unblock the Notifications