କଂଗ୍ରେସ ନେତାଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ବିସ୍ଫୋରକ ବୟାନ, ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର ଏକ ସାଂଘାତିକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇର ନିମନ୍ତ୍ରଣକ୍ରମେ ପାକିସ୍ତାନ ଗସ୍ତ କରିଥିଲେ ଏବଂ ସେ ଭାରତର ଶତ୍ରୁ ରାଷ୍ଟ୍ର ସହ ମିଶି କାମ କରିଥିଲେ।
ସେ ସେଠାକୁ ପ୍ରଶିକ୍ଷଣ ନେବାକୁ ଯାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ବ ଶର୍ମା ଆଜି ଏକ ସରକାରୀ କାର୍ଯ୍ୟକ୍ରମ ଅବସରରେ ସାମ୍ବାଦିକମାନକୁ କହିଛନ୍ତି। ଏହି ଦାବିକୁ ସମର୍ଥନ କରିବା ପାଇଁ ସରକାରଙ୍କ ପାଖରେ ପ୍ରମାଣ ରହିଛି ଏବଂ ଉପଯୁକ୍ତ ଯାଞ୍ଚ ପରେ ସେପ୍ଟେମ୍ବର ୧୦ ସୁଦ୍ଧା ପ୍ରତ୍ୟେକ ପ୍ରମାଣ ସାର୍ବଜନୀନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, "ଗୌରବ ଗୋଗୋଇ ଆଇଏସଆଇର ନିମନ୍ତ୍ରଣରେ ପାକିସ୍ତାନ ଯାଇଥିଲେ। ପ୍ରଥମ ଥର ପାଇଁ ମୁଁ କହୁଛି। ଆମ ପାଖରେ ଏହାର ପ୍ରମାଣ ଅଛି। ସେ ପର୍ଯ୍ୟଟନ ଉଦ୍ଦେଶ୍ୟରେ ଯାଇ ନଥିଲେ। ସେ ପାକିସ୍ତାନୀ ପ୍ରତିଷ୍ଠାନ ସହିତ ଘନିଷ୍ଠ ଭାବରେ କାମ କରୁଥିଲେ। ଗୃହ ବିଭାଗ କେବେ ନିମନ୍ତ୍ରଣ ପଠାଏ? ଏହା କେବଳ ତାଲିମ ପାଇଁ। ସେ ପାକିସ୍ତାନର ଗୃହ ବିଭାଗରୁ ସିଧାସଳଖ ନିମନ୍ତ୍ରଣରେ ସେଠାକୁ ଯାଇଥିଲେ। ସରକାରଙ୍କ ପାଖରେ ଗୋଗୋଇଙ୍କ କାର୍ଯ୍ୟର ପ୍ରମାଣ ଅଛି।












Click it and Unblock the Notifications