କଂଗ୍ରେସର ଅହଂକାର ବାରିହେଲା ସ୍ପଷ୍ଟ:ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ଉପରେ ଦେଇଥିବା ମନ୍ତବ୍ୟ ଦେଶବାସୀଙ୍କୁ କରିଛି କ୍ରୋଧିତ
ବଜେଟ୍ ଅଧିବେଶନ ପୂର୍ବରୁ ସଂସଦରେ ରାଷ୍ଟ୍ରପତି ମୁର୍ମୁଙ୍କ ମିଳିତ ଅଭିଭାଷଣ ଉପରେକଂଗ୍ରେସ ସାଂସଦ ସୋନିଆ ଗାନ୍ଧି ଦେଇଥିବା ମନ୍ତବ୍ୟ ପରେ ତେଜିଛି ବିବାଦ । ଯେତେବେଳେ ସାମ୍ବାଦିକମାନେ ସୋନିଆ ଗାନ୍ଧୀଙ୍କୁ ରାଷ୍ଟ୍ରପତିଙ୍କ ଭାଷଣ ବିଷୟରେ ପଚାରିଥିଲେ, ସେ କହିଥିଲେ- 'ଶେଷ ବେଳକୁ ରାଷ୍ଟ୍ରପତି ବହୁତ ଥକି ଯାଉଥିଲେ। ସେ କହିପାରୁନଥିଲେ, ବିଚାରୀ ମହିଳା ।'
ସଂସଦର ବଜେଟ୍ ଅଧିବେଶରେ ଉଭୟ ଗୃହକୁ ସମ୍ବୋଧନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଦି ସରକାରଙ୍କ ସଫଳତା ବଖାଣିଥିଲେ । ପ୍ରାୟ ୧ ଘଣ୍ଟା ଧରି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ମୋଦି ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ଓ ତାର ସୁଫଳ ସଂପର୍କରେ ଅବତାରଣା କରିଥିଲେ । ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ କଂଗ୍ରେସ ସାଂସଦ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଯେଉଁ ପ୍ରତିକ୍ରିୟା ରଖିଥିଲେ , ତାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । ସୋନିଆ କହିଥିଲେ , ରାଷ୍ଟ୍ରପତି ଥକିଯାଇଥିଲେ, ବିଶେଷ କିଛି କହି ନ ଥିଲେ । ତାହା ପୋର୍ ଥିଙ୍ଗ ଥିଲ। ଆଉ ରାଷ୍ଟ୍ରପତିଙ୍କ ଭାଷଣକୁ ବୋରିଂ ବୋଲି ଅଭିହିତ କରିଥିଲେ ରାହୁଲ । ସୋନିଆ ଓ ରାହୁଲଙ୍କ ଏହି ମନ୍ତବ୍ୟକୁ ନେଇ କଂଗ୍ରେସ ଉପରେ ବର୍ଷିଥିଲା ବିଜେପି । ଉଭୟଙ୍କ ମନ୍ତବ୍ୟକୁ ପ୍ରଧାନମନ୍ତ୍ରୀ ନିନ୍ଦା କରିବା ସହ , କଂଗ୍ରେସକୁ ଆଦିବାସୀ ବିରୋଧୀ ବୋଲି ଆରୋପ ଲଗାଇଥିଲେ । ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିବାରୁ କଂଗ୍ରେସ କ୍ଷମା ମାଗୁ ବୋଲି ଦାବି କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଗୃହ ବାହାରେ ଏଭଳି ପ୍ରତିକ୍ରିୟା ରଖିଥିଲେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସୋନିଆ କହିଥିଲେ ଯେ ରାଷ୍ଟ୍ରପତି ଶେଷ ଆଡ଼କୁ ଥକି ଯାଇଥିଲେ, ବିଶେଷ କିଛି କହିପାରି ନ ଥିଲେ । ଯାହା ପୋର୍ ଥିଙ୍ଗ୍ ବା ଅଶୋଭନୀୟ ଥିଲା । ଆଉ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବୋରିଂ ବୋଲି କହିଥିଲେ ରାହୁଲ ।

ସୋନିଆ-ରାହୁଲଙ୍କ ଏଭଳି ପ୍ରତିକ୍ରିୟାକୁ ନେଇ ତାତିଛି ବିଜେପି । ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀରେ ନିର୍ବାଚନୀ ପ୍ରଚାର ବେଳେ ମୋଦି କହିଛନ୍ତି ଯେ କଂଗ୍ରେସର ସାହି ପରିବାର ଜଣେ ଆଦିବାସୀ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି । ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ସୋନିଆ-ରାହୁଲଙ୍କ ଏଭଳି ମନ୍ତବ୍ୟ ପ୍ରମାଣିତ କରୁଛି ଯେ କଂଗ୍ରେସ ଗରିବ ଓ ଆଦିବାସୀ ବିରୋଧୀ । ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିବାରୁ କଂଗ୍ରେସ ନିଃସର୍ତ୍ତ କ୍ଷମା ମାଗୁ ।
କଂଗ୍ରେସ ଏବଂ ତାହାର ଆଦିବାସୀ ବିରୋଧୀ ଇତିହାସ
ସୋନିଆ ଗାନ୍ଧୀଙ୍କ ମନ୍ତବ୍ୟ ଆଦିବାସୀ ଏବଂ ସାଧାରଣ ବର୍ଗର ଲୋକଙ୍କ ପ୍ରତି କଂଗ୍ରେସର ଦୀର୍ଘ ଦିନରୁ ଚାଲି ଆସୁଥିବା ମତଭେଦ ପ୍ରକାଶ ପାଇଛି। ଦେଶର ସର୍ବୋଚ୍ଚ ପଦରେ ଜଣେ ଆଦିବାସୀ ମହିଳାଙ୍କ ଉପରେ ସୋନିଆ ଏଭଳି ମନ୍ତବ୍ୟ ତାହା କଂଗ୍ରେସ ଭାରତର ବଂଶବାଦ ରାଜନୀତି କରୁଥିବା ହିଁ ଦର୍ଶାଉଛି ।
ଆଦିବାସୀ ସ୍ୱାର୍ଥକୁ ଅଣଦେଖା କରିବା, ଆଦିବାସୀ ବୀର ମାନଙ୍କୁ ମାନ୍ୟତା ଦେବା ଏବଂ ଏହି ସମ୍ପ୍ରଦାୟଗୁଡିକ ପାଇଁ କଲ୍ୟାଣକାରୀ ଯୋଜନାକୁ ଦୁର୍ବଳ କରିବାର କଂଗ୍ରେସର ଇତିହାସ ରହିଛି। ଏହାର ଭେଦଭାବପୂର୍ଣ୍ଣ ଇତିହାସର ଟ୍ରାକ୍ ରେକର୍ଡ ଆଦିବାସୀ ଅଧିକାର ପ୍ରତି ଉଦାସୀନତା, ରାଷ୍ଟ୍ରପତି ମୁର୍ମୁଙ୍କ ବହିଷ୍କାର ଏହି ମାନସିକତାକୁ ପ୍ରତିଫଳିତ କରେ ।
ଜୁଲାଇ ୨୦୨୪ ରେ କଂଗ୍ରେସ ସାଂସଦ ଆଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତି ମୁର୍ମୁଙ୍କୁ "ରାଷ୍ଟ୍ରପତି" ବୋଲି ସମ୍ବୋଧନ କରି ତାଙ୍କ ସ୍ଥିତିକୁ ଲିଙ୍ଗ ଭିତ୍ତିକ ଅପମାନରେ ପରିଣତ କରିଥିଲେ। ତାଙ୍କ ମନ୍ତବ୍ୟରେ ଦଳର ଦୃଷ୍ଟକୋଣ ଏବଂ ଜାତିପ୍ରଥା ଆଭିମୁଖ୍ୟକୁ ଦର୍ଶାଉଛି । ଯାହା ଦେଶର ନେତୃତ୍ୱ ନେଉଥିବା ଜଣେ ଆଦିବାସୀ ମହିଳାଙ୍କୁ ଗ୍ରହଣ କରିବାକୁ ସଂଘର୍ଷ କରୁଛି ଦଳ ।












Click it and Unblock the Notifications