କଂଗ୍ରେସର 'ଡୋନେସନ ଫର ଦେଶ' ଅଭିଯାନକୁ ପୁରିଲା ଏକ ମାସ , ଜାଣନ୍ତୁ ଦଳ ଏପର୍ଯ୍ୟନ୍ତ କେତେ ଟଙ୍କା ପାଇଛି
ନୂଆଦିଲ୍ଲୀ: କଂଗ୍ରେସ ଗୁରୁବାର କହିଛି ଯେ ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ପାଣ୍ଠି ସଂଗ୍ରହ ଅଭିଯାନକୁ ପୁରିଲା ଏକ ମାସ ଗତ ଏକ ମାସ ମଧ୍ୟରେ ଦଳ ୧୫ କୋଟି ଟଙ୍କା ପାଇଛି । କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକେନ୍ କହିଛନ୍ତି ଯେ ଡିସେମ୍ବର ୧୮ ରେ ଦଳ ଏକ ଅନଲାଇନ୍ ଦାନ ଅଭିଯାନ ଆରମ୍ଭ କରଥିଲା ଏବଂ ୩୧ ଦିନ ମଧ୍ୟରେ ଦଳ ୧୫ କୋଟି ଟଙ୍କା ସଂଗ୍ରହ କରିଛି ।
ସେ 'ଏକ୍ସ' ରେ ପୋଷ୍ଟ କରିଛନ୍ତି, ସେ କହିଛନ୍ତି "ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ କାରଣ ଆମ ଅଭିଯାନର ଆଜି ହେୁଛି ୩୧ ତମ ଦିନ । ତିନି ଲକ୍ଷରୁ ଅଧିକ ଲେନ ଦେନ କାରବାର ମାଧ୍ୟମରେ ଆମେ ସଫଳତାର ସହିତ ୧୫ କୋଟି ଟଙ୍କା ସଂଗ୍ରହ କରିଛୁ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଡିସେମ୍ବର ୧୮ ରେ 'ଡ଼ୋନେଟ ଫର ଦେଶ ନାମରେ ଲୋକଙ୍କଠାରୁ ଦାନ ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲେ ଏବଂ ପ୍ରଥମ ଦିନରେ ଦଳକୁ ୧.୩୮ ଲକ୍ଷ ଟଙ୍କା ଦାନ କରିଥିଲେ । ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଚଳିତ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଦଳ ପାଇଁ ପାଣ୍ଠି ସଂଗ୍ରହ କରିବା ।

ଉତ୍ତର ପ୍ରଦେଶରେ ଜାନୁଆରୀ ୧୯ ରେ ସକାଳ ୫.୪୦ ସମୟ ମଧ୍ୟରେ ତଥ୍ୟ ଅନୁଯାୟୀ କଂଗ୍ରେସ ଏଠାରୁ ୭୫ ଲକ୍ଷ ୮୮ ହଜାର ୬୭୬ ଟଙ୍କା ପାଇଛି । ଯେଉଁଠାରେ କଂଗ୍ରେସ ଉତ୍ତରାଖଣ୍ଡରୁ ୧୨ ଲକ୍ଷ ୩୨ ହଜାର ୪୨୨ ଟଙ୍କା ପାଇଛି । ଯେଉଁ ରାଜ୍ୟ ଏବଂ ୟୁନିଅନ୍ ଅଞ୍ଚଳରୁ କଂଗ୍ରେସ ଏପର୍ଯ୍ୟନ୍ତ ଦାନ ଗ୍ରହଣ କରିଛି, ସେଥିରୁ ୟୁପି ସପ୍ତମ ସ୍ଥାନରେ ଏବଂ ଉତ୍ତରାଖଣ୍ଡ୨୦ ତମ ସ୍ଥାନରେ ରହିଛି ।
କଂଗ୍ରେସ ୱେବସାଇଟ୍ ୟକ୍ଟଦ୍ଭବଗ୍ଧରସଦ୍ଭମ.ଦ୍ଭରଗ୍ଧ ଅନୁଯାୟୀ, ଶୁକ୍ରବାର ସକାଳ ୫.୪ ପର୍ଯ୍ୟନ୍ତ କଂଗ୍ରେସ ୧୫ କୋଟି ୪୨ ଲକ୍ଷ ୭୦ ହଜାର ୫୯୬ ଟଙ୍କା ପାଇଛି । କଂଗ୍ରେସ ଏପର୍ଯ୍ୟନ୍ତ ଗ୍ରହଣ କରିଥିବା ମୋଟ ଦାନ ମଧ୍ୟରୁ ୧୨.୪ ପ୍ରତିଶତ ୟୁପିରୁ ଏବଂ ୧.୨ ପ୍ରତିଶତ ଉତ୍ତରାଖଣ୍ଡରୁ ଆସିଛି ।
ୟୁପି ଆଗରେ ଯଥାକ୍ରମେ ରାଜସ୍ଥାନ, ତେଲେଙ୍ଗାନା, ହରିୟାଣା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ପଞ୍ଜାବ ରହିଛି । ୟୁପି ପରେ, ବିହାର, ଦିଲ୍ଲୀ, ଛତିଶଗଡ, କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ଓଡିଶା, ଆସାମ, ପଶ୍ଚିମବଙ୍ଗ, କେରଳ, ହିମାଚଳ ପ୍ରଦେଶ, କେନ୍ଦ୍ର ସାସିତ ଅଞ୍ଚଳ ଚଣ୍ଡିଗଡ଼, ୟୁନିଅନ ଟେରିଟୋରୀ ଜାମ୍ମୁ କାଶ୍ମୀର, ମଣିପୁର, ଗୋଆ, ୟୁନିଅନ୍ ଟେରିଟୋରୀ ପୁଡୁଚେରୀ, ୟୁନିଅନ୍ ଟେରିଟୋରୀ ଲଦାଖ, ୟୁନିଅନ୍ ଟେରିଟୋରୀ ଦାଦ୍ରା ଏବଂ ନାଗର ହାଭେଲି ଏବଂ ଡାମନ୍ ଏବଂ ଡିୟୁ, ୟୁନିଅନ୍ ଟେରିଟୋରୀ ଆଣ୍ଡାମାନ ଏବଂ ନିକୋବର, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ, ଅରୁଣାଚଳ ପ୍ରଦେଶ, ମିଜୋରାମ, ୟୁନିଅନ ଟେରିଟୋରୀ ଲକ୍ଷାଦୀପ, ମୁମ୍ବାଇ, ଏବଂପରେ ରହିଛି ସିକ୍କିମ୍ ।












Click it and Unblock the Notifications