ଭାରତ ଯୋଡୋ ଯାତ୍ରା ସମୟରେ ସୁରକ୍ଷାରେ ତ୍ରୁଟି, ଅମିତ ଶାହାଙ୍କୁ ଚିଠି ଲେଖିଲେ ମଲ୍ଲିକାର୍ଜୁନ ଖାରଗେ
ଜାମ୍ମୁ କାଶ୍ମୀରର ବନିହାଲରେ ବର୍ତ୍ତମାନ ଜାରି ରହିଛି 'ଭାରତ ଯୋଡୋ'ଯାତ୍ରା । ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି । କଂଗ୍ରେସ ପକ୍ଷରୁ ଏକ ଭିଡିଓ ସେୟାର କରାଯିବା ସହ ସୁରକ୍ଷାରେ ତ୍ରୁଟି ନେଇ ଅଭିଯୋଗ କରାଯାଇଛି ।

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର ବନିହାଲରେ ବର୍ତ୍ତମାନ ଜାରି ରହିଛି 'ଭାରତ ଯୋଡୋ'ଯାତ୍ରା । ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି । କଂଗ୍ରେସ ପକ୍ଷରୁ ଏକ ଭିଡିଓ ସେୟାର କରାଯିବା ସହ ସୁରକ୍ଷାରେ ତ୍ରୁଟି ନେଇ ଅଭିଯୋଗ କରାଯାଇଛି ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାରଗେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ଏ ନେଇ ସୂଚନା ଦେଇଛନ୍ତି । ଏବଂ ଏହି ଚିଠିରେ ସେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଆଗାମୀ ଦିନରେ ଅଧିକରୁ ଅଧିକ ଲୋକ 'ଭାରତ ଯୋଡୋ'ର ଏକ ଅଂଶ ହେବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ କେନ୍ଦ୍ର ବ୍ୟକ୍ତିଗତ ଭାବେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଉଚିତ୍ ।
Security lapse during #BharatJodoYatra led to its suspension yesterday, after Sh @RahulGandhi’s security detail suggested same.
We are expecting a huge gathering, including leaders of imp political parties at its culmination.
My letter to @HMOIndia,Sh @AmitShah in this regard — pic.twitter.com/jjASG8C5LR
— Mallikarjun Kharge (@kharge) January 28, 2023
ସୂଚନାଥାଉ ଯେ, ଏହାପୂର୍ବରୁ ମଧ୍ୟ ପଞ୍ଜାବରେ ଦୁଇଥର 'ଭାରତ ଯୋଡୋ' ଯାତ୍ରା ସମୟରେ ସୁରକ୍ଷାରେ ତ୍ରୁଟି ଦେଖିବା ପାଇଁ ମିଳିଥିଲା ଏବଂ ସେହି ସମୟରେ ରାହୁଲ ଗାନ୍ଧି ଏହାକୁ ଗ୍ରହଣ କରିନଥିଲେ । ସେ କହିଥିଲେ ଯାତ୍ରା ଯୋଗ ଦେବା ପାଇଁ ଆସିଥିବା ଲୋକଙ୍କ ଉତ୍ସାହକୁ ସୁରକ୍ଷା ତ୍ରୁଟିର ନାଁ ଦିଆଯାଇ ପାରିବ ନାହିଁ । ହେଲେ ବର୍ତ୍ତମାନ କଂଗ୍ରେସ ନିଜେ ଉଚ୍ଚ ଧରଣର ସୁରକ୍ଷା ଦାବି କରିଛି ।
ସୂଚନା ଅନୁସାରେ, ଶୁକ୍ରବାର ଦିନ ଜାମ୍ମୁ-କାଶ୍ମୀରରେ ଚାଲିଥିବା 'ଭାରତ ଯୋଡୋ'ଯାତ୍ରା ସମୟରେ ବ୍ୟାପକ ହଙ୍ଗାମା ଦେଖିବା ପାଇଁ ମିଳିଥିଲା । ଯେଉଁଥିରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି ଦେଖିବା ପାଇଁ ମିଳିଥିଲା । ଯେଉଁଥି ପାଇଁ ଏହି ଯାତ୍ରାକୁ ସ୍ଥଗିତ ରଖିବା ପାଇଁ ପଡିଥିଲା । ତେବେ ଜାନୁଆରୀ ୩୦ ତାରିଖରେ ଶ୍ରୀନଗରରେ ସମାପନ ସମାରୋହରେ କଂଗ୍ରେସର ବହୁ ବରିଷ୍ଠ ନେତା ମାନେ ଯୋଗ ଦେବେ ତେଣୁ ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ବ୍ୟାପକ ସୁରକ୍ଷା ଯୋଗାଇଦେବାପାଇଁ ଗୃହମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।
କାଶ୍ମୀରର ବାନିହାଲ ଅନ୍ତର୍ଗତ କ୍ୱାଜିଗୁଣ୍ତ ନିକଟରେ ରାହୁଲ ଗାନ୍ଧୀଙ୍କ ସୁରକ୍ଷାରେ ତ୍ରୁଟି ଦେଖିବା ପାଇଁ ମିଳିଥିଲା । ଯାତ୍ରାକୁ ୨୦ ମିନିଟ୍ ପାଇଁ ବନ୍ଦ କରାଯାଇଥିଲା । ରାହୁଲ ଗାନ୍ଧୀ ଏକ କାର୍ ଯୋଗେ ଘଟଣାସ୍ଥଳରୁ ଚାଲିଯାଇଥିଲେ । ଏବଂ ସବୁ କିଛି ଠିକ୍ ହେବା ପରେ ପୁଣି ଯାତ୍ରା କରାଯାଇଥିଲା । ଅନ୍ୟପକ୍ଷରେ ଶୁକ୍ରବାର ଦିନ 'ଭାରତ ଯୋଡୋ' ଯାତ୍ରା ବେଳେ ଦେଖାଦେଇଥିବା ତ୍ରୁଟି ଅଭିଯୋଗକୁ ଖଣ୍ତନ କରିଛି ଜାମ୍ମୁ-କଶ୍ମୀର ପୋଲିସ ।












Click it and Unblock the Notifications