ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କିଏ କେଉଁଠୁ ହୋଇଛନ୍ତି ପ୍ରାର୍ଥୀ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ୩୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଛି କଂଗ୍ରେସ । ପୁଣିଥରେ ରାହୁଲ ୱାୟନାଡରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକର ଗୋଟିଏ ଦିନ ପରେ ଶୁକ୍ରବାର ଦିନ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଛନ୍ତି ।
କେରଳରୁ ୧୬, କର୍ଣ୍ଣାଟକ ୭, ଛତିଶଗଡ ୬, ତେଲେଙ୍ଗାନା ୪, ମେଘାଳୟ ୨, ନାଗାଲାଣ୍ଡ ୧, ତ୍ରିପୁରା ୧ ଓ ସିକ୍କିମ ୧, ଲାକ୍ଷାଦୀପ ପାଇଁ ବି ୧ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ
ଏହି ତାଲିକାରେ ରାହୁଲ ଗାନ୍ଧୀ, ଭୁପେଶ ବାଗେଲଙ୍କ ସମେତ ୩୯ ଜଣ ପ୍ରାର୍ଥୀଙ୍କ ନାମ ରହିଛି । ରାହୁଲ ଗାନ୍ଧୀ କେରଳର ୱାୟନାଡ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ୟୁପିର ଆମେଠି ଆସନ ଉପରେ ଏବେବି ସସପେନ୍ସ ରହିଛି, କାରଣ ୟୁପି ଆସନ ପାଇଁ ନିର୍ବାଚନ କମିଟି ବୈଠକରେ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଏହା ବ୍ୟତୀତ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କୁ ଛତିଶଗଡର ରାଜନନ୍ଦଗାଓଁ ଆସନରୁ ପ୍ରାର୍ଥୀ କରାଯାଇଛି ।

କଂଗ୍ରେସର ପ୍ରଥମ ତାଲିକା ଅନୁଯାୟୀ ଜ୍ୟୋତ୍ସନା ମହନ୍ତଙ୍କୁ ଛତିଶଗଡର କୋରବା ଆସନରୁ, ଦୁର୍ଗରୁ ରାଜେନ୍ଦ୍ର ସାହୁ, ରାୟପୁରରୁ ବିକାଶ ଉପାଧ୍ୟାୟ, ମହାସମୁଣ୍ଡରୁ ତାମ୍ରଦ୍ୱାଜ ସାହୁ ପ୍ରାର୍ଥୀ ହୋଇଛନ୍ତି । ଏହା ବ୍ୟତୀତ ବିଜାପୁରରୁ ଏଚଆର ଆଲାଗୁର, କର୍ଣ୍ଣାଟକର, ଶିମୋଗାରୁ ଗୀତା ଶିବରାଜକୁମାର, ହାସନରୁ ଶ୍ରେୟା ପଟେଲ, ତୁମ୍କୁର ଏସପି ମୁଦାନୁମେଗୋଡା, ବେଙ୍ଗାଲୁରୁ ଡି.କେ ସୁରେଶଙ୍କୁ ପ୍ରାର୍ଥୀ କରିଛି ଦଳ ।
ପ୍ରାର୍ଥୀଙ୍କ ନାମ ଘୋଷଣା କରି କଂଗ୍ରେସ ସାଧାରଣ ସମ୍ପାଦକ କହିଛନ୍ତି, "ଆଜି ଆମେ ୩୯ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରୁଛୁ, ଯେଉଁଥିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ଅଛନ୍ତି । ଏହି ତାଲିକାରେ ୧୫ ଜଣ ସାଧାରଣ ବର୍ଗର ଅଟନ୍ତି । ଏବଂ ୨୪ ଜଣ ଏସସି, ଏସଟି, ଓବିସି ଏବଂ ସଂଖ୍ୟାଲଘୁ ବର୍ଗର ଅଟନ୍ତି ।
କଂଗ୍ରେସର ସାଧାରଣ ସମ୍ପାଦକ ଭେନୁଗୋପାଲ ଆହୁରି କହିଛନ୍ତି, 'ଆମେ ସବୁଆଡେ ଇଣ୍ଡିଆ ମିଳିତ ମଞ୍ଚ ସହ ଯିବାକୁ ସବୁ ପ୍ରକାର ଉଦ୍ୟମ କରୁଛୁ, ତଥାପି ଆସାମର କିଛି ଅଂଶ ପଶ୍ଚିମବଙ୍ଗରେ କିଛି ସମସ୍ୟା ରହିଛି, ତଥାପି ଆମେ ଏହାର ସମାଧାନ କରିବାକୁ ଚେଷ୍ଟା କରୁଛୁ ।












Click it and Unblock the Notifications