କଂଗ୍ରେସର ପ୍ରାର୍ଥୀ ତାଲିକାକୁ ନେଇ ଆପ୍ ନେତା କହିଦେଲେ କିଛି ଏମିତି...

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି (ଆପ) ମଧ୍ୟରେ ବିବାଦ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ଅତିଶି ଏବଂ ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ନେତା ଅଜୟ ମାକେନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ସଞ୍ଜୟ ସିଂ କହିଛନ୍ତି, କଂଗ୍ରେସ ନେତା ଅଜୟ ମାକେନ୍ ଅରବିନ୍ଦ କେଜ୍ରିୱାଲଙ୍କୁ ରାଷ୍ଟ୍ର ବିରୋଧୀ ବୋଲି କହିଛନ୍ତି, ଦଳ ୨୪ ଘଣ୍ଟା ମଧ୍ୟରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍।

ଯଦି କଂଗ୍ରେସ ଏହା କରେ ନାହିଁ, ତା'ହେଲେ ଆପ, ଇଣ୍ଡିଆ ଆଲାଇନ୍ସର ନେତାଙ୍କ ପାଖରେ କଂଗ୍ରେସକୁ ହଟାଇବାକୁ ଦାବି କରିବ। ଉଲ୍ଲେଖ ଥାଉ କି ଗତକାଲି କଂଗ୍ରେସର କୋଷାଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଥିବା ଅଜୟ ମାକେନ ଆପ ବିରୋଧରେ ବର୍ଷିଥିଲେ | ସଞ୍ଜୟ ସିଂ କହିଛନ୍ତି, "ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି କଂଗ୍ରେସ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଥିବା ଜଣାପଡିଛି; ଏହାର ଉଦ୍ଦେଶ୍ୟ ହେଉଛି ଆପକୁ କ୍ଷତି ପହଞ୍ଚାଇବା।

sanjay singh

ସେ କହିଛନ୍ତି ଯେ ଦିଲ୍ଲୀ ନିର୍ବାଚନରେ ​​ବିଜେପିକୁ ଜିତାଇବାରେ କଂଗ୍ରେସ ସବୁ ପ୍ରକାର ଉଦ୍ୟମ କରୁଛି; କଂଗ୍ରେସର ଅଜୟ ମାକେନ୍ ବିଜେପି ଲେଖିଥିବା ସ୍କ୍ରିପ୍ଟ ପଢୁଛନ୍ତି । ସୁଚନାନୁସାରେ ଗତକାଲି କଂଗ୍ରେସ ପକ୍ଷରୁ ଏକ ସ୍ୱେତ ପତ୍ର ଜାରି କରାଯାଇଛି । ଯାହାର ଶୀର୍ଷକ ରହିଛି 'ମୌକା ମୌକା ହର ବାର ଧୋକା । ଦିଲ୍ଲୀ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବ, ଅଜୟ ମାକେନ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଉଭୟ ବିଜେପି ଓ ଆପକୁ କଟାକ୍ଷ କରି ଏହି ବହିକୁ ସାର୍ବଜନୀନ କରାଯାଇଛି।

ଦିଲ୍ଲୀ ପାଇଁ ବିଜେପି ଓ ଆପ୍ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାରେ ବାରମ୍ବାର ବିଫଳ ହୋଇଥିବାରୁ କଂଗ୍ରେସ ଏହି ବହି ରିଲିଜ କରିଥିବା କହିଛି। ଅନ୍ୟପଟେ ଅଜୟ ମାକେନ୍ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାଷ୍ଟ୍ର ବିରୋଧୀ ବୋଲି କହିଛନ୍ତି । ମାକେନ୍ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ସହିତ ମେଣ୍ଟ ଗଠନ କରିବା କଂଗ୍ରେସର ଏକ ବଡ ଭୁଲ ଥିଲା, ଯାହାକୁ ଏବେ ସଂଶୋଧନ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନ ଘୋଷଣାକୁ ମଧ୍ୟ ଟାର୍ଗେଟ କରିଛନ୍ତି ଅଜୟ । ସେ କହିଛନ୍ତି ଯଦି କେଜ୍ରିୱାଲଙ୍କୁ ଗୋଟିଏ ଶବ୍ଦରେ ପରିଭାଷିତ କରାଯାଇପାରିବ, ତେବେ ସେହି ଶବ୍ଦଟି ଠକ ଅଟେ। ଏହି ବ୍ୟକ୍ତିଙ୍କ ଘୋଷଣା କେବଳ ଠକେଇ, ଅନ୍ୟ କିଛି ନୁହେଁ । ମାକେନ୍ ପ୍ରଶ୍ନ କରିଛନ୍ତି ଯେ କେଜ୍ରିୱାଲ ମିଥ୍ୟା ପ୍ରତିଶୃତି ଦେଇ ଲୋକଙ୍କୁ କାହିଁକି ବିଭ୍ରାନ୍ତ କରୁଛନ୍ତି ? ଆହୁରି କହିଥିଲେଲ ଯେ, ଦିଲ୍ଲୀରେ କଂଗ୍ରେସର ଦୁର୍ବଳତା ଏବଂ ଦିଲ୍ଲୀର ଦୁର୍ଦ୍ଦଶାର ଏକ ବଡ କାରଣ ହେଉଛି ୧୦ ବର୍ଷ ପୂର୍ବେ କେଜ୍ରିୱାଲଙ୍କ ନେତୃତ୍ୱରେ ପ୍ରଥମ ସରକାରଙ୍କୁ କଂଗ୍ରେସ ଦେଇଥିବା ସମର୍ଥନ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+