ବିଜେପିରେ ସାମିଲ ହେଲେ କଂଗ୍ରେସର ଲୋକସଭା ପ୍ରାର୍ଥୀ

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନ ପୂର୍ବରୁ ଇନ୍ଦୋରରେ କଂଗ୍ରେସକୁ ବଡ ଝଟ୍‌କା ଲାଗିଛି । କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବାମ ଆଜି ଦଳକୁ ଚକିତ କରି ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି । ଏହା ପରେ ଇନ୍ଦୋର ଆସନରେ ଭାଜପା ପାଇଁ ମଇଦାନ ପ୍ରାୟ ସଫା ହୋଇଯାଇଛି, ସ୍ୱାଧୀନ ତଥା ଅନ୍ୟ ଦଳ ବ୍ୟତୀତ ଏଥିପାଇଁ କୌଣସି ପ୍ରାର୍ଥୀ ବାକି ନାହାଁନ୍ତି । ଆଉ ଭୋଟଗ୍ରହଣର ଅବ୍ୟବହିତ ପୂର୍ବରୁ କଂଗ୍ରେସର ଇନ୍ଦୋର ଲୋକସଭା ପ୍ରାର୍ଥୀ ଅକ୍ଷୟ କାନ୍ତି ବମ୍ ଦଳ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି ।

ବିଜେପି ନେତା କୈଳାସ ବିଜୟବର୍ଗୀୟ ଏ ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ'ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି ।ସୂଚନାନୁସାରେ, କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବାମ ଭାଜପା ବିଧାୟକ ରମେଶ ମେଣ୍ଡୋଲାଙ୍କ ସହ ନିର୍ବାଚନ କାର୍ଯ୍ୟାଳୟରେ ପହଞ୍ଚି ସେଠାରେ ନାମାଙ୍କନ ପ୍ରତ୍ୟାହାର କରିଥିଲେ । ଏହା ପରେ ସେ କ୍ୟାବିନେଟ ମନ୍ତ୍ରୀ କୈଲାଶ ବିଜୟଭର୍ଗିଆ ଏବଂ ବିଧାୟକ ମେଣ୍ଡୋଲାଙ୍କ ସହ ଭାଜପା କାର୍ଯ୍ୟାଳୟକୁ ଯାଇଥିଲେ । ପରେ ବାମ ବିଜେପିରେ ଯୋଗ ଦେଇଥିଲେ ।

kanti bam to join bjp

ନାମାଙ୍କନ ପ୍ରତ୍ୟାହାର କରିବା ପରେ ଅକ୍ଷୟ କାନ୍ତି ବାମ କହିଛନ୍ତି ଯେ ସେ ଯେବେଠାରୁ ସେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ, ସେବେଠାରୁ କଂଗ୍ରେସ ପକ୍ଷରୁ କୌଣସି ସମର୍ଥନ ପାଇନାହାଁନ୍ତି । ତେବେ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ହେଉଛି ଯେ ସେ ନାମାଙ୍କ ଭରିବା ଦିନଠାରୁ ଅକ୍ଷୟ କାନ୍ତିଙ୍କ ଉପରେ ଚାପ ପକାଉଥିଲେ ।

ସୁଚନାଯୋଗ୍ୟୟ, ଗୁଜରାଟର ସୁରତରେ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ପରେ ଇନ୍ଦୋରରେ ଏହି ଘଟଣା ଘଟିଛି । ଗତ ସପ୍ତାହରେ ସୁରତ ଆସନରେ ନିର୍ବାଚନ ଲଢ଼ୁଥିବା ୮ ପ୍ରାର୍ଥୀ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ନିଜ ପ୍ରାର୍ôଥପତ୍ର ପ୍ରତ୍ୟାହାର କରିନେଇଥିଲେ । କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଖାରଜ ହୋଇଯାଇଥିଲା । ଫଳରେ ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିର ମୁକେଶ ଏଠାରେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+