ରାହୁଲଙ୍କ ମନ୍ତବ୍ୟ,ବିଜେପି-କଂଗ୍ରେସକର୍ମୀ ଧସ୍ତାଧସ୍ତି
ବିହାରରେ ଭୋଟ ଅଧିକାର ଯାତ୍ରା ବନାମ ବିଜେପିର ବଡ ବିକ୍ଷୋଭ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଜି ପାଟଣାରେ ଜୋରଦାର ବିକ୍ଷୋଭ କରିଛି ବିଜେପି । ପ୍ରଧାନମନ୍ତ୍ରୀ ମୋଦୀ ନରେନ୍ଦ୍ର ମୋଦୀ ଓ ତାଙ୍କ ଦିବଂଗତ ମାଙ୍କ ବିରୋଧରେ ରାହୁଲ ଅଶାଳୀନ ଟିପ୍ପଣୀ ଦେଇଥିବା ଅଭିଯୋଗରେ ବିରୋଧ ପ୍ରଦର୍ଶନ କରିଛି ଦଳ ।
ରାହୁଲ ଗାନ୍ଧୀଙ୍କ ଏହି ବୟାନ ପରେ ଆଜି ଉଠିଛି ପଡିଛି ବିହାର ରାଜଧାନୀ ପାଟଣା । କଂଗ୍ରେସ ମୁଖ୍ୟାଳୟ ସମ୍ମୁଖରେ ବିଜେପି କରିଛି ଜୋରଦାର ପ୍ରତିବାଦ । ଏନେଇ ଅନେକ ସ୍ଥାନରେ ମାମଲା ମଧ୍ୟ ରୁଜୁ ହୋଇଛି। ଅନେକ ବିଶିଷ୍ଟ ବ୍ୟକ୍ତି, ନେତାମାନେ ଏହାକୁ ନିନ୍ଦା କରିଛନ୍ତି। ଅନ୍ୟପଟେ ଅଗଷ୍ଟ ୨୯ରେ ପାଟନାରେ ଏହାକୁ ନେଇ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି। ବିଜେପି କର୍ମୀମାନେ ଏହାର ପ୍ରତିବାଦ କରି କଂଗ୍ରେସ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ।
ଏହାପରେ କଂଗ୍ରେସ ଓ ବିଜେପି କର୍ମୀ ମୁହାଁମୁହିଁ ହେବା ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଜେପି ଓ କଂଗ୍ରେସକର୍ମୀଙ୍କ ମଧ୍ୟରେ ଲାଠି,ଠେଙ୍ଗାରେ ମାଡ୍ପିଟ୍ ଆରମ୍ଭ ହୋଇଥିଲା। ପରସ୍ପର ଉପରେ ପଥର ମାଡ ମଧ୍ୟ ହୋଇଛି। ଘଟଣାସ୍ଥଳରେ ଅନେକ ପୁଲିସ କର୍ମୀ ଉପସ୍ଥିତ ଥିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ।

ବିହାର ସରକାରଙ୍କ ମନ୍ତ୍ରୀ ନୀତିନ ନବୀନ କହିଛନ୍ତି, କଂଗ୍ରେସ ନେତାଙ୍କୁ ଚେତାବନୀ ଦେଉଛି। ତୁମେ ମାଆଙ୍କୁ ଅପମାନିତ କରିଛ, ବିହାରର ପ୍ରତ୍ୟେକ ପୁଅ ଏହାର ଜବାବ ଦେବ। ପ୍ରତ୍ୟେକ ବିଜେପୀକର୍ମୀ ଏହାର ପ୍ରତିଶୋଧ ନେବ। ଆମେ ଏକ ଶାନ୍ତି ପୂର୍ଣ୍ଣ ପ୍ରତିବାଦ କରିବାକୁ ଆସିଥିଲୁ ମାତ୍ର କଂଗ୍ରେସ କାର୍ଯ୍ୟାଳୟ ପକ୍ଷରୁ ଇଟା,ପଥର ଫିଙ୍ଗା ଯିବା ସହ ଆମ ଉପରେ ଆକ୍ରମଣ ହୋଇଛି। ଆମେ ମାଆଙ୍କ ଅପମାନର ପ୍ରତିଶୋଧ ନେବୁ।












Click it and Unblock the Notifications