କହ୍ନେୟା କୁମାରଙ୍କ କାନ୍ଧରେ କଂଗ୍ରେସ ଦେଲା ଗୁରୁଦାୟିତ୍ୱ
ନୂଆଦିଲ୍ଲୀ: କହ୍ନେୟା କୁମାରଙ୍କ କାନ୍ଧରେ କଂଗ୍ରେସ ଦେଲା ଗୁରୁଦାୟିତ୍ୱ । କହ୍ନେୟାଙ୍କୁ ଭାରତୀୟ ରାଷ୍ଟ୍ରୀୟ ଛାତ୍ର ସଂଘ (ଏନଏସୟୁଆଇ)ର ଇନଚାର୍ଜ ଭାବେ ନିଯୁକ୍ତି ଦିଆଯାଇଛି ।
କଂଗ୍ରେସ ସାଂସଦ ତଥା ଦଳର ମହାସଚିବ କେ.ସି ବେଣୁଗୋପାଳଙ୍କ ତରଫରୁ ଜାରି କରାଯାଇଥିବା ସୂଚନା ମୁତାବକ ପାର୍ଟି ଅଧ୍ୟକ୍ଷ କହ୍ନେୟା କୁମାରଙ୍କୁ ଦଳର ଛାତ୍ର ଶାଖା ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି ।

ଉଲ୍ଲେଖଥଆଉ କି, କହ୍ନେୟା ପୂର୍ବରୁ କମ୍ୟୁନିଷ୍ଟ ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ସେ ସିପିଆଇ ଟିକେଟରୁ ବିହାର ବେଗୁସରାୟରୁ ସାଂସଦ ପଦ ପାଇଁ ମଧ୍ୟ ନିର୍ବାଚନ ଲଢି ପରାଜିତ ହୋଇଥିଲେ ।
୨୦୧୫ରେ ଦିଲ୍ଲୀ ସ୍ଥିତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ କହ୍ନେୟା କୁମାର ।
ନିକଟରେ କହ୍ନେୟାଙ୍କୁ ଦିଲ୍ଲୀ ପ୍ରଦେଶ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଦାୟିତ୍ୱ ଦିଆଯିବ ବୋଲି ବେଶ୍ ଚର୍ଚ୍ଚା ହେଉଥିଲା ।












Click it and Unblock the Notifications