କଂଗ୍ରେସର ଲୋକସଭା ଉପ ମୁଖ୍ୟ ହେଲେ ଗୌରବ ଗୋଗୋଇ
ନୂଆଦିଲ୍ଲୀ: କଂଗ୍ରେସ ନେତା ଗୌରବ ଗୋଗୋଇ ଲୋକସଭାରେ ଦଳର ଉପ ମୁଖ୍ୟ ନେତା ହୋଇଛନ୍ତି ଏବଂ ବାଚସ୍ପତି ଓମ ବିର୍ଲାଙ୍କୁ ଏହି ନିଷ୍ପତ୍ତି ସମ୍ପର୍କରେ ଏକ ଚିଠି ପଠାଯାଇଛି । କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ତଥା ସାଂସଦ ଗୌରବ ଗୋଗୋଇଙ୍କୁ ଲୋକସଭାରେ ଦଳର ଉପ ମୁଖ୍ୟ ଭାବେ ନିଯୁକ୍ତି କରାଯାଇଛି ।
ସେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧିଙ୍କୁ ଲୋକସଭାରେ ସହଯୋଗ କରିବେ । ଏଥିସହ ଦଳ ପକ୍ଷରୁ ଲୋକସଭାରେ ମୁଖ୍ୟ ସଚେତକ ଓ ଆଉ ଦୁଇ ଜଣ ସାଂସଦଙ୍କୁ ସଚେତକ ଭାବେ ମଧ୍ୟ ନିଯୁକ୍ତ କରାଯାଇଛି । ଏ ସମ୍ପର୍କରେ ଆଜି ଦଳର ବରିଷ୍ଠ ନେତା କେସି ଭେନୁଗୋପାଲ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁସାରେ କଂଗ୍ରେସ ସଂସଦୀୟ ପାର୍ଟିର ମୁଖ୍ୟ ସୋନିଆ ଗାନ୍ଧି ଆଜି ଗୌରବ ଗୋଗୋଇଙ୍କୁ ଲୋକସଭାର ଉପ ମୁଖ୍ୟ,

ଏହା ବ୍ୟତୀତ କେ ସୁରେଶଙ୍କୁ ମୁଖ୍ୟ ସଚେତକ ଏବଂ ମାଣିକମ ଟାଗୋର, ମହମ୍ମଦ ଜାଭେଦଙ୍କୁ ଦଳର ସଚେତକ ଦାୟିତ୍ୱ ଦିଆଯାଇଛି । ଏନେଇ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ ଲୋକ ସଭା ବାଚସ୍ପତିଙ୍କୁ ସୂଚନା ଦେଇଛନ୍ତି । ଗୌରବ ଗୋଗୋଇ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପୁଅ ଅଟନ୍ତି । ସେ ଏହାପୂର୍ବରୁ ୨୦୨୦ରୁ ଲୋକ ସଭାରେ ଭାରତୀୟ ଜାତୀୟ କଂଗ୍ରେସର ଉପନେତା ଭାବରେ କାମ କରିଛନ୍ତି । ଚଳିତ ନିର୍ବାଚନରେ ସେ ଜୋରହାଟ ଆସନରୁ ଭାଜପାର ତପନ କୁମାର ଗୋଗୋଇଙ୍କୁ ୧୪,୪୩୯୩ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି ।












Click it and Unblock the Notifications