ଲୋକସଭା ଲାଗି କଂଗ୍ରେସ ପ୍ରକାଶ କଲା ଆଉ ଏକ ପ୍ରାର୍ଥୀ ତାଲିକା , ଜାଣନ୍ତୁ ଦଳ କାହାକୁ କେଉଁଠୁ କରିଛି ପ୍ରାର୍ଥୀ
ନୂଆଦିଲ୍ଲୀ: ଆଜି ସଂନ୍ଧ୍ୟାରେ ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର, ଅନ୍ୟ ପର୍ଯ୍ୟାୟ ନିର୍ବାଚନ ଲାଗି ଏବେ ଫୁଲ ଦମରେ ପ୍ରଚାର କରୁଛନ୍ତି ଦେଶର ସମସ୍ତ ରାଜନୈତିକ ଦଳ ଗୁଡ଼ିକ । ତେବେ ଏହି ସବୁ ଭିତରେ କଂଗ୍ରେସ ଆଜି ଆଉ ଏକ ପ୍ରାର୍ଥୀ ତାଲିକା ଘୋଷଣା କରିଛି । କଂଗ୍ରେସ ବୁଧବାର ଆନ୍ଧ୍ରପ୍ରଦେଶର ତିନିଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ଏହା ସହିତ ଦଳ ଆନ୍ଧ୍ରପ୍ରଦେଶର ୧୧ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିଛି । ତିନିଟି ଲୋକସଭା ଆସନ ମଧ୍ୟରୁ ଯେଉଁମାନଙ୍କ ଉପରେ ଦଳ ଭରସା କରିଛି ସେମାନେ ହେଉଛନ୍ତି ରାଜାମପେଟରୁ ଏସ୍ କେ ବାସିଦ୍, ନରସାପୁରାମରୁ କେ ବି ଆର ନାଇଡ଼ୁ ଏବଂ ଚିତୁରୁ ଲୋକସଭା ଆସନରୁ ଏମ୍ ଜଗାପାଥିଙ୍କୁ ଦଳ କରିଛି ପ୍ରାର୍ଥୀ ।












Click it and Unblock the Notifications