ଦ୍ଵିତୀୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ , ୪୩ ଜଣଙ୍କୁ ମିଳିଲା ଟିକେଟ
ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଦ୍ୱିତୀୟ ତାଲିକାରେ ୪୩ ଜଣ ପ୍ରାର୍ଥୀଙ୍କ ନାମ ଅଛି । ଏଥର ଦଳ ହେଭିୱେଟ ନେତାମାନଙ୍କ ପୁଅମାନଙ୍କୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି। କମଲନାଥଙ୍କ ପୁଅ ନକୁଲନାଥ ୨୦୧୯ ଭଳି ମଧ୍ୟପ୍ରଦେଶର ଛିନ୍ଦୱାଡାରୁ ନିର୍ବାଚନ ଲଢ଼ିବେ ।

୨୦୧୯ରେ ସେ ଦଳର ଏକମାତ୍ର ସାଂସଦ ଭାବେ ମଧ୍ୟପ୍ରଦେଶରୁ ଲୋକସଭାକୁ ଯାଇଥିଲେ। ସେହିପରି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କୁ ମଧ୍ୟ କଂଗ୍ରେସ ଟିକେଟ ଦେଇଛି। ଏହାବାଦ ଗୌରବ ଗୋଗୋଇ ମଧ୍ୟ ପୁଣି ଟିକେଟ ପାଇଛନ୍ତି।
କେସି ଭେନୁଗୋପାଲ କହିଛନ୍ତି ଯେ କଂଗ୍ରେସର ଦ୍ୱିତୀୟ ତାଲିକାରେ ୧୦ ଜେନେରାଲ, ୧୪ ଓବିସି, ୧୦ ଏସସି, ୯ ଏସଟି ଏବଂ ଜଣେ ମୁସଲମାନ ପ୍ରାର୍ଥୀଙ୍କ ନାମ ରହିଛି ।












Click it and Unblock the Notifications