ରାୟପୁରରେ ପହଞ୍ଚିଲେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ, ପାର୍ଟି ନେତା କଲେ ଭବ୍ୟ ସ୍ୱାଗତ
ରାୟପୁରରେ ପହଞ୍ଚିଲେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ, ପାର୍ଟି ନେତା ଜଣାଇଲେ ଭବ୍ୟ ସ୍ୱାଗତ

ଛତିଶଗଡ:ଛତିଶଗଡର ରାଜଧାନୀ ରାୟପୁରରେ ଅନୁଷ୍ଠିତ କଂଗ୍ରେସର ୮୫ତମ ଜାତୀୟ ସମ୍ମିଳନୀରେ ଯୋଗ ଦେବା ପାଇଁ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏବଂ ବରିଷ୍ଠ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଅପରାହ୍ନରେ ଛତିଶଗଡ ପହଁଚିଛନ୍ତି । ଏକ ସ୍ୱତନ୍ତ୍ର ବିମାନ ଯୋଗେ ରାୟପୁର ବିମାନବନ୍ଦରରେ ପହଞ୍ଚିବା ପରେ ଆଦିବାସୀଙ୍କ ଲୋକ ଗୀତ ସହ ସ୍ୱାଗତ କରାଯାଇଥିଲା । ଦୁଇ ନେତାଙ୍କୁ ସ୍ୱାଗତ କରିବା ପାଇଁ କଳାକାରମାନେ ଏକ ପାରମ୍ପାରିକ ନୃତ୍ୟ ମଧ୍ୟ ଉପସ୍ଥାପନ କରିଥିଲେ।
ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ, କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ, ଛତିଶଗଡର ଦାୟିତ୍ୱରେ ଥିବା କଂଗ୍ରେସ ମୁଖ୍ୟ କୁମାରୀ ସେଲଜା, ରାଜ୍ୟ କଂଗ୍ରେସ ମୁଖ୍ୟ ମୋହନ ମାର୍କମ୍ ଏବଂ ଅନ୍ୟାନ୍ୟ ବରିଷ୍ଠ ଦଳର ନେତାମାନେ ବିମାନବନ୍ଦରରେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗନ୍ଧୀଙ୍କୁ ସ୍ୱାଗତ କରିବା ପାଇଁ ଉପସ୍ଥିତ ଥିଲେ ।
ବିମାନବନ୍ଦରରେ ସ୍ୱାଗତ କରାଯିବା ପରେ ଉଭୟ ନେତା ସେଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଥିବା ନାଭା ରାୟପୁରରେ ସମ୍ମିଳନୀରେ ଯୋଗ ଦେଇଥିଲେ । ଉଭୟ ବରିଷ୍ଠ ନେତାଙ୍କୁ ସ୍ୱାଗତ କରିବା ପାଇଁ ଦଳୀୟ କର୍ମୀଙ୍କ ଭିଡ଼ ଜମିଥିଲା ।
ରାୟପୁରରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ବିମାନବନ୍ଦରରୁ ସମ୍ମିଳନୀ ସ୍ଥଳ ପର୍ଯ୍ୟନ୍ତ ରାସ୍ତାକୁ କଂଗ୍ରେସର ବରିଷ୍ଠ ନେତାଙ୍କ ରଙ୍ଗୀନ ପୋଷ୍ଟର ଏବଂ ହୋର୍ଡିଂରେ ସଜାଯାଇଥିଲା । ଦେଶକୁ ଏକଜୁଟ କରିବା ଏବଂ ପ୍ରେମ ବିସ୍ତାର କରିବା ପାଇଁ ଭାରତ ଯୋଡା ଯାତ୍ରା ସମୟରେ ପ୍ରୋତ୍ସାହିତ ହୋଇଥିବା ବାର୍ତ୍ତାକୁ ହୋର୍ଡିଂରେ ଲେଖାଯାଇଥିଲା । ୨୪ ରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ରାୟପୁରରେ ଜାତୀୟ ସମ୍ମିଳନୀ ଆୟୋଜିତ ହେବାନେଇ ସୂଚନା ରହିଛି ।
'ଏହି କାର୍ଯ୍ୟକ୍ରମ ଦଳକୁ ପ୍ରେରଣା ଯୋଗାଇବ'
ବିମାନବନ୍ଦରରେ ପିଟିଆଇକୁ ସୂଚନା ଦେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂହଦେଓ କହିଛନ୍ତି, ଏହି ସମ୍ମିଳନୀ ଚଳିତ ବର୍ଷ ଶେଷରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦଳର କର୍ମୀଙ୍କୁ ଉତ୍ସାହିତ କରିବ ଏହା କଂଗ୍ରେସ କର୍ମୀଙ୍କୁ ପ୍ରେରଣା ଯୋଗାଇବ ଏବଂ ଆତ୍ମବିଶ୍ୱାସ ସହିତ ଲୋକଙ୍କ ନିକଟରେ ପହଞ୍ଚିବ ।












Click it and Unblock the Notifications