ଇଡି ହେଉଛି ସବୁଠୁ ବଡ଼ ଇଡିଏଟ୍: ଅଧୀର ରଞ୍ଜନ
କୋଲକାତା:ପଶ୍ଚିମବଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଉପରେ ଆକ୍ରମଣ ପରେ ଟିଏମସି ବିରୋଧୀ ଦଳକୁ କରିଛି ଟାର୍ଗେଟ । ଏପଟେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଇଡି ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ସେ କହିଛନ୍ତି, "ଇଡି କଣ କରିବ? ଇଡି ଖୋଦ୍ ନିଜେ ଇଡିଏଟ୍ ।"
ଇଡି ଟିମ୍ ଉପରେ ଆକ୍ରମଣ ହେବା ପରେ ଟିଏମସି ନେତା ଶାହାଜାହାନ ଶେଖଙ୍କ ବିରୋଧରେ ଇଡି ପକ୍ଷରୁ ଲୁକଆଉଟ ସର୍କୁଲାର ଜାରି କରିଯାଇଥିଲା । ଅଧୀର ରଞ୍ଜନ ଚୌଧୁରୀଙ୍କୁ ଏ ବିଷୟରେ ଯେତେବେେଳେ ପଚରାଯାଇଥିଲା, ସେତେବେେଳେ ସେ କହିଥିଲେ, ଇଡି କଣ କରିବ? ଇଡି ହେଉଛି ସବୁଠୁ ବଡ଼ ଇଡିଏଟ୍ । ଆଶା ବଙ୍ଗଳା ସରକାର ଏନେଇ କିଛି କାର୍ଯ୍ୟନୁଷ୍ଠାନ ନେବେ ।

ଏହା ସହିତ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ମୁଖ୍ୟ ଅଭିଯୁକ୍ତ ତଥା ତୃଣମୂଳ କଂଗ୍ରେସ (ଟିଏମସି) ନେତା ଶାହାଜାହାନ ଶେଖଙ୍କୁ ତୁରନ୍ତ ଗିରଫ କରିବା ସହ ଆତଙ୍କବାଦୀଙ୍କ ସହ ହୋଇଥିବା ଲିଙ୍କ ସମ୍ପର୍କରେ ଅନୁସନ୍ଧାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଇଡି ଉପରେ ହୋଇଥିବା ଆକ୍ରମଣକୁ ନେଇ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ ଅଧିର ରଂଜନ ସିଧାସଳଖ ଟିଏମସିକୁ ଟାର୍ଗେଟ କରି କହିଛନ୍ତି ଯେ ବର୍ତ୍ତମାନ କେବଳ ଆକ୍ରମଣ ହୋଇଛି ... ଭବିଷ୍ୟତରେ ହତ୍ୟା ହୋଇପାରେ ।
କେବଳ ଏତିକି ନୁହେଁ, ସରକାରୀ ଗୁଣ୍ଡମାନଙ୍କ ଦ୍ୱାରା ଇଡି ଉପରେ ଆକ୍ରମଣ ହୋଇଛି ବୋଲି ଅଧିର ରଂଜନ କହିଥିଲେ । ଆଉ ଇଡିକୁ ମୂର୍ଖ କହିବା ସହ ଟିଏମସି ଓ ବିଜେପିକୁ କରିଥିଲେ ଟାର୍ଗେଟ ।












Click it and Unblock the Notifications