କଙ୍ଗୋର ବିଦ୍ରୋହ : ଭାରତୀୟଙ୍କ ପାଇଁ ପରାମର୍ଶ ଜାରି କଲା ଭାରତୀୟ ଦୂତାବାସ
କଙ୍ଗୋର କିନଶାସା ରାଜ୍ୟରେ ଥିବା ଭାରତୀୟ ଦୂତାବାସ ବୁକାଭୁରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ "ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ" ପରାମର୍ଶ ଜାରି କରିଛି। ରୱାଣ୍ଡା-ସମର୍ଥିତ ଏମ-୨୩ ବିଦ୍ରୋହୀମାନେ ପୂର୍ବ କଙ୍ଗୋର ଗୋମା ସହରକୁ କବଜା କରିଛନ୍ତି। ଏହା ସହିତ ଅନ୍ୟ ସହରକୁ କବଜା କରିବା ପାଇଁ ବଡ଼ ଆକ୍ରମଣ କରିପାରନ୍ତି।

କଙ୍ଗୋର କିନଶାସାରେ ଥିବା ଭାରତୀୟ ଦୂତାବାସ ରବିବାର ଜାରି କରିଥିବା ପରାମର୍ଶରେ କହିଛି ଯେ, ରିପୋର୍ଟ ଅନୁଯାୟୀ ଏମ-୨୩ ବିଦ୍ରୋହୀ ଗୋଷ୍ଠୀ ବୁକାଭୁରୁ ମାତ୍ର ୨୦-୨୫ କିଲୋମିଟର ଦୂରରେ ରହିଛନ୍ତି।ବୁକାଭୁରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଉଛୁ ଯେ ବିମାନବନ୍ଦର, ସୀମା ଏବଂ ବାଣିଜ୍ୟିକ ମାର୍ଗ ଖୋଲା ଥିବା ପର୍ଯ୍ୟନ୍ତ ଯେକୌଣସି ଉପାୟରେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯାଆନ୍ତୁ। ଆମେ କୌଣସି ନାଗରିକଙ୍କୁ ବୁକାଭୁକୁ ଯାତ୍ରା ନକରିବାକୁ ସୁପାରିଶ କରୁଛୁ।"
ଭାରତୀୟ ଦୂତାବାସ ଦ୍ୱାରା ଜାରି ନିର୍ଦ୍ଦେଶାବଳୀ
ସମସ୍ତ ଆବଶ୍ୟକୀୟ ପରିଚୟ ପତ୍ର ଏବଂ ଯାତ୍ରା ଡକ୍ୟୁମେଣ୍ଟ ସବୁବେଳେ ପାଖରେ ରଖନ୍ତୁ।
ଔଷଧ, ପୋଷାକ, ଖାଦ୍ୟ, ପାଣି ଇତ୍ୟାଦି ଜରୁରୀ ଜିନିଷଗୁଡ଼ିକୁ ଏକ ବ୍ୟାଗରେ ରଖନ୍ତୁ ଯାହାକୁ ସହଜରେ ବହନ କରାଯାଇପାରିବ।
ଅପଡେଟ୍ ପାଇଁ ସ୍ଥାନୀୟ ମିଡିଆ ଚ୍ୟାନେଲଗୁଡ଼ିକୁ ଉପରେ ନଜର ରଖିଥାନ୍ତୁ।
ବଡ଼ ସମାବେଶ / ଭିଡ଼ / ପ୍ରଦର୍ଶନ ଠାରୁ ଦୁରେଇ ରୁହନ୍ତୁ।
ସଦ୍ୟତମ ପରାମର୍ଶରେ ଜରୁରୀକାଳୀନ ପରିସ୍ଥିତିରେ ଯୋଗାଯୋଗ କରିବା ପାଇଁ ଭାରତୀୟ ନାଗରିକମାନଙ୍କୁ ଏକ ନମ୍ବର (+୨୪୩ ୮୯୦୦୨୪୩୧୩) ଏବଂ ଇମେଲ୍ ଆଇଡି ([email protected]) ମଧ୍ୟ ଦିଆଯାଇଛି।












Click it and Unblock the Notifications