ରେଳ ଭଡାରେ ରିହାତି ପାଇବେ ବରିଷ୍ଠ ନାଗରିକ!
ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଟିକେଟ ଭଡାରେ ପୁଣି ମିଳିବ ରିହାତି । ବରିଷ୍ଠ ନାଗରିକଙ୍କ ସମେତ ଖେଳାଳୀ ଏବଂ ଅନ୍ୟ କ୍ୟାଟେଗୋରୀରେ ଯାତ୍ରୀଙ୍କୁ ମିଳିବ ସ୍ବତନ୍ତ୍ର ରିହାତି ।
ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଟିକେଟ ଭଡାରେ ପୁଣି ମିଳିବ ରିହାତି । ବରିଷ୍ଠ ନାଗରିକଙ୍କ ସମେତ ଖେଳାଳୀ ଏବଂ ଅନ୍ୟ କ୍ୟାଟେଗୋରୀରେ ଯାତ୍ରୀଙ୍କୁ ମିଳିବ ସ୍ବତନ୍ତ୍ର ରିହାତି । ପୂର୍ବରୁ ଏହାକୁ ବନ୍ଦ କରାଯାଇଥିବା ବେଳେ ଲୋକଙ୍କ ଦାବି ପରେ ପୁଣି ଏହି ରିହାତି ପ୍ରଦାନ କରାଯିବ ସେନେଇ ସୂଚନା ମିଳିଛି ।

ରେଳବାଇ ଅନୁଯାୟୀ, ଟିକେଟ ମୂଲ୍ୟରେ ମିଳିବ ରିହାତି । ତେବେ ଏହି ରିହାତି ପାଇବା ପାଇଁ ବୟସ ସୀମାରେ ପରିବର୍ତ୍ତନ ହୋଇପାରେ । 70 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହି ରିହାତି ଉପଲବ୍ଧ କରିପାରନ୍ତି। ପୂର୍ବରୁ ଏହି ସୁବିଧା 58 ବର୍ଷର ମହିଳା ଓ 60 ବର୍ଷ ପୁରୁଷଙ୍କୁ ମିଳୁଥିଲା। ମହିଳାଙ୍କୁ ଟିକେଟ୍ରେ 50 ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଥିବା ବେଳେ ପୁରୁଷଙ୍କୁ 40 ପ୍ରତିଶତ ରିହାତି ମିଳୁଥିଲା। ଏମାନେ ଯେ କୌଣସି ଶ୍ରେଣୀରେ ଯାତ୍ରା କଲେ ମଧ୍ୟ ରିହାତିର ବ୍ୟବହାର କରିପାରୁଥିଲେ।
କିନ୍ତୁ ଦୁଇ ବର୍ଷ ତଳେ ମହାମାରୀ ଯୋଗୁଁ ଲକ ଡାଉନ ସମୟରେ ରେଳ ଯାତାୟତରେ ବାଧା ଉପୁଜିଥିଲା। ଏନେଇ ଅନେକ ସ୍ବତନ୍ତ୍ର ରେଳର ବ୍ୟବସ୍ଥା କରାଯିବା ପରେ ଏହି ରିହାତି ସୁବିଧା ଉପରେ ରୋକ ଲଗାଇଥିଲା ରେଳବାଇ। ବର୍ତ୍ତମାନ ଧୀରେ ଧିରେ ସ୍ଥିତିରେ ଆସିଲାଣି ସୁଧାର । ପୂର୍ବଭଳି ରେଳ ଚଳାଚଳ ହେବା ସହିତ ସେତେଟା ସମସ୍ୟା ନାହିଁ। ଏନେଇ ଅନେକ ଦାବି ହେବା ପରେ ଶେଷରେ ପୁଣି ପୂର୍ବ ରିହାତିର ଉପଯୋଗ ନେଇ ସ୍ଥିର କରିଛି ରେଳବାଇ । ତେବେ କେଉଁ ତାରିଖ ଠାରୁ ଏହା କାର୍ଯ୍ୟକାରୀ କରାଯିବ ସେନେଇ କୌଣସି ତଥ୍ୟ ମିଳିନାହିଁ ।












Click it and Unblock the Notifications