କରୋନା ମାମଲା ;କର୍ଣ୍ଣାଟକରେ କରୋନା ନେଲା ଜୀବନ
ନୂଆଦିଲ୍ଲୀ : କର୍ଣ୍ଣାଟକରେ କରୋନାର ନୂଆ ଭାରିଆଣ୍ଟ ଜେଏନ୍. ୧ ଚିନ୍ତା ବଢାଇଦେଇଛି। ଏଠାରେ କରୋନା କାରଣରୁ ଜଣେ ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂତ୍ରରୁ ପ୍ରକାଶ ଯେ, ତାଙ୍କ ରକ୍ତ ନମୁନାକୁ ଯାଞ୍ଚ ପାଇଁ ଲାବୋରେଟୋରୀକୁ ପଠାଯାଇଛି। ଯାହା ଫଳରେ ସେହି ବ୍ୟକ୍ତି ଜଣଙ୍କ କରୋନାର କେଉଁ ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ ତାହା ଜଣାପଡିବ। ତେବେ ନୂଆ ଭାରିଆଣ୍ଟ ହେତୁ ବୃଦ୍ଧଙ୍କର ମୃତ୍ୟୁ ହୋଇଛି କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଗତ 24 ଘଣ୍ଟା ମଧ୍ୟରେ କରୋନା କାରଣରୁ କେରଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ପଡୋଶୀ ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ଅତିରିକ୍ତ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଥିଲେ। ବୃଦ୍ଧ ଏବଂ କୋମୋରବିଡିଟିସ୍ ସଂକ୍ରମିତ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।
ବୁଧବାର (ଡିସେମ୍ବର 20) କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟରେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 341 ଟି ନୂଆ କରୋନା ରୋଗ ହୋଇଥିବା ଜଣାପଡିଛି, ସେଥିମଧ୍ୟରୁ କେବଳ କେରଳରେ 292 ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ତାମିଲନାଡୁରେ 13 ଟି, ମହାରାଷ୍ଟ୍ରରେ 11 ଟି, କର୍ଣ୍ଣାଟକରେ 9 ଟି, ତେଲେଙ୍ଗାନା ଏବଂ ପୁଡୁଚେରୀରେ 4 ଟି, ଦିଲ୍ଲୀ ଏବଂ ଗୁଜୁରାଟରେ 3 ଟି ପଞ୍ଜାବ ଏବଂ ଗୋଆରେ ମାମଲା ରୁଜୁ ହୋଇଛି ।












Click it and Unblock the Notifications