ଘୋଷଣା ହେଲା ଚଳିତ ବର୍ଷର ପ୍ରଥମ ଲକଡାଉନ, ସିଲ୍ ହେବ ସବୁ ସୀମା

କରୋନାର ଦ୍ୱିତୀୟ ଲହରୀ ସାଂଘାତିକ ସ୍ଥିତିକୁ ଦୃଷ୍ଟିରେ ରଖି ଛତିଶଗଡ଼ ସରକାର ବଡ଼ ପଦକ୍ଷେପ ନେଇଛନ୍ତି।

ରାୟପୁର: ପୁଣିଥରେ ଫେରିଲା ଲକଡାଉନ। ଛତିଶଗଡରେ ଘୋଷଣା ହେଲା ଚଳିତ ବର୍ଷର ପ୍ରଥମ ଲକଡାଉନ । କରୋନାର ଦ୍ୱିତୀୟ ଲହରୀ ସାଂଘାତିକ ସ୍ଥିତିକୁ ଦୃଷ୍ଟିରେ ରଖି ଛତିଶଗଡ଼ ସରକାର ବଡ଼ ପଦକ୍ଷେପ ନେଇଛନ୍ତି।

ଆସନ୍ତା ୯ ତାରିଖରୁ ରାଜ୍ୟର ରାଜଧାନୀ ରାୟପୁରରେ ସଂପୂର୍ଣ୍ଣ ଲକଡାଉନ ଲାଗୁ ହେବ। ଏହା ଏପ୍ରିଲ ୧୯ ଯାଏ ବଳବତ୍ତର ରହିବ। ରାୟପୁରରେ ୧୦ ଦିନିଆ ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା ହୋଇଛି ।

lockdown

ରାୟପୁର ଜିଲ୍ଲାପାଳଙ୍କ ସୂଚନା ମୁତାବକ ଲକଡାଉନ୍ ସମୟରେ ସହରର ସମସ୍ତ ମଦ ଦୋକାନ ବନ୍ଦ ରହିବ । ଏହାସହ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବି ବନ୍ଦ ରହିବା ବା ସହ ବ୍ୟାଙ୍କ ବନ୍ଦ ରହିବ । ଅନ୍ୟପଟେ ଶିଳ୍ପ ପ୍ରତିଷ୍ଠାନ ମାନଙ୍କରେ ଯେଉଁ ଶ୍ରମିକ ମାନେ ପ୍ରତିଷ୍ଠାନ ଭିତରେ କାମ କରୁଛନ୍ତି ସେମାନେ କାର୍ଯ୍ୟ କରିପାରିବେ । ଏହାସହ ସମସ୍ତ ଧାର୍ମିକ ପୀଠ, ପର୍ଯ୍ୟଟନସ୍ଥଳୀ ବି ବନ୍ଦ ରହିବ ବୋଲି କୁହାଯାଇଛି । ଅନ୍ୟପଟେ କୋଭିଡ କଟକଣା ଉଲଙ୍ଘନ କଲେ ପ୍ରଶାସନ ତରଫରୁ କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ।

ଗତ କିଛି ଦିନ ହେଲାଣି ରାୟପୁରରେ ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ପୂରା ଛତିଶଗଡ଼ରୁ ୯୯୨୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+