ବଢ଼ିଲା କମର୍ସିଆଲ ଏଲପିଜି ଗ୍ୟାସ ଦର, ସିଲିଣ୍ଡର ପିଛା ୭ ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ: ବଢିଲା କମର୍ସିଆଲ ଗ୍ୟାସ ଦର । କମର୍ସିଆଲ ଗ୍ୟାସ ଦର ୭ ଟଙ୍କା ବୃଦ୍ଧି ହୋଇଛି । ପନିପରିବା ଦର ଆକାଶଛୁଆଁ ଥିବାବେଳେ ପୁଣି ଥରେ ଗରାଖଙ୍କ ଉପରେ ବାଜିଛି ମହଙ୍ଗା ଛାଟ । କମର୍ସିଆଲ ଏଲପିଜି ଦର ୭ ଟଙ୍କା ବୃଦ୍ଧି ପାଇ ୧,୭୮୦ ଟଙ୍କାରେ ପହଞ୍ଚିଛି । ତେବେ ଘରୋଇ ଏଲପିଜି ଗ୍ୟାସ ଦର ଅପରିବର୍ତ୍ତିତ ରହିଛି ।

ତେବେ ଘରୋଇ ଏଲପିଜି ସିଲିଣ୍ଡର ଦିଲ୍ଲୀରେ ୧୧୦୩ ଟଙ୍କା, କୋଲକାତାରେ ୧୧୨୯, ମୁମ୍ବାଇରେ ୧୧୦୨.୫୦ ରହିଛି ଏବଂ ଚେନ୍ନାଇରେ ୧୧୧୮.୫୦ ଟଙ୍କା ରହିଛି । ଦିଲ୍ଲୀରେ କମର୍ସିଆଲ ଏଲପିଜି ଦର ୧୭୭୩ ଟଙ୍କାରୁ ବଢି ୧୭୮୦ରେ ପହଞ୍ଚିଛି ।
ସେହିପରି କୋଲକାତାରେ ସିଲିଣ୍ଡର ଦାମ୍ ୧୮୮୨.୫୦ ଟଙ୍କା ହୋଇଛି, ଯାହା ପୂର୍ବରୁ ୧୮୭୫.୫୦ ଟଙ୍କା ଥିଲା । ମୁମ୍ବାଇରେ ୧୭୩୨ ଟଙ୍କାରେ ପହଞ୍ଚିଛି, ପୂର୍ବରୁ ୧୭୨୫ ଟଙ୍କା ଥିଲା । ଚେନ୍ନାଇରେ ୧୯୩୭ଟଙ୍କାରୁ ବୃଦ୍ଧି ପାଇ ୧୯୪୪ ଟଙ୍କା ହୋଇଛି । ଏହାପୂର୍ବରୁ ଜୁନ ମାସରେ କମର୍ସିଆଲ ଏଲପିଜି ଗ୍ୟାସ ଦରରେ ୮୩ ଟଙ୍କା ହ୍ରାସ ପାଇଥିଲା । ସେହିପରି ମେ'ରେ ଏହି ଗ୍ୟାସ୍ ଦାମ ୧୭୨ ଟଙ୍କା କମ୍ ହୋଇଥିଲା ।












Click it and Unblock the Notifications