ମେ'ମାସ ଆରମ୍ଭରୁ ଶସ୍ତା ହେଲା LPG ସିଲିଣ୍ଡର
LPG Price: ମେ'ମାସରେ ଅନେକ ନିୟମ ପରିବର୍ତ୍ତନ ହୋଇଛି । ସେହିପରି କିଛି ସାମଗ୍ରୀ ମହଙ୍ଗା ହୋଇଛି ତ କିଛି ଶସ୍ତା । ପ୍ରତି ମାସ ଆରମ୍ଭରେ ଏଲପିଜି ସିଲିଣ୍ତର ଦରରେ ପରିବର୍ତ୍ତନ ହୋଇଥାଏ । ଚଳିତ ମାସ ଇଣ୍ଡିଆନ ଅଏଲ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛି। ଏହା ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୭ ଟଙ୍କା ହ୍ରାସ କରିଛି, ଯାହା ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର ।
ଦର ପରିବର୍ତ୍ତନ ପରେ ଦିଲ୍ଲୀରେ ୧୭୬୨ ଟଙ୍କାରେ ମିଳୁଥିବା ସିଲିଣ୍ଡର ଦର ଏବେ ୧୭୪୨ ଟଙ୍କାରେ ମିଳିବ । ନୂତନ ମୂଲ୍ୟ ଆଜିଠାରୁ ଲାଗୁ ହେବା ନେଇ ସୂଚନା ରହିଛି । ମୁମ୍ବାଇରେ ୧୬୯୬ ଟଙ୍କାରେ ସିଲିଣ୍ତର ମିଳିବ ସେହିପରି କୋଲକତାରେ ୧୮୫୧ ଟଙ୍କାରେ ଏବଂ ଚେନ୍ନାଇରେ ୧୯୦୪ ଟଙ୍କାରେ ସିଲିଣ୍ତର ମିଳିବା ନେଇ ସୂଚନା ରହିଛି ।

ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ୮ ଏପ୍ରିଲରେ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା, ଯାହା ପରେ ୧୪ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୫୩ ଟଙ୍କା ହୋଇଯାଇଥିଲା ।












Click it and Unblock the Notifications