ଧାରା ୩୭୦ ଉପରେ ଟିପ୍ପଣୀ ଦେବା ଏବଂ ପାକିସ୍ତାନକୁ ଶୁଭେଚ୍ଛା ଜଣାଇବା ଅପରାଧ, ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟଙ୍କ ବଡ ରାୟ। କହିବା ପାଇଁ ପ୍ରତ୍ୟେକ ବ୍ୟକ୍ତିର ସ୍ୱାଧୀନତା ରହିଛି । ରାଷ୍ଟ୍ରର ଯେ କୌଣସି ନିଷ୍ପତ୍ତି ଉପରେ ନିଜ ନିଜ ବ୍ୟକ୍ତିଗତ ଟିପ୍ପଣୀ ଦେଇପାରିବେ ବ୍ୟକ୍ତି। ପାକିସ୍ତାନକୁ ସ୍ୱାଧିନତା ଶୁଭେଚ୍ଛା ଜଣାଇବା ଓ ଧାରା ୩୭୦ ଉଚ୍ଛେଦକୁ ନେଇ ସମାଲୋଚନା କରିବା ଅପରାଧ ନୁହେଁ।' ଧାରା ୩୭୦ ଉଚ୍ଛେଦକୁ ସମାଲୋଚନା କରି ହ୍ୱାଟ୍ସଆପ୍ରେ ମେସେଜ୍ ପୋଷ୍ଟ କରିଥିବା ଜଣେ ପ୍ରଫେସରଙ୍କ ବିରୋଧରେ ହୋଇଥିବା ମାମଲାକୁ ସୁପ୍ରିମକୋର୍ଟ ଖାରଜ କରି ଏଭଳି କିଛି କହିଛନ୍ତି।

କୌଣସି ଦେଶର ସ୍ୱାଧିନତା ଦିବସରେ ସେଠାକାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇବା ଅଧିକାର ସମସ୍ତଙ୍କର ରହିଛି। ପାକିସ୍ତାନର ସ୍ୱାଧିନତା ଦିବସରେ ସେଠାର ନାଗରିକଙ୍କୁ କୌଣସି ଭାରତୀୟ ଶୁଭେଚ୍ଛା ଜଣାଇବାରେ କିଛି ଭୁଲ୍ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୯(୧)(ଏ)ରେ ବାକ୍ ସ୍ୱାଧିନତାର ଅଧିକାର ସମସ୍ତଙ୍କୁ ଦିଆଯାଇଛି। ଏହି ଗ୍ୟାରେଣ୍ଟି ବଳରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେଉ କି ସରକାରଙ୍କ ଯେକୌଣସି ନିଷ୍ପତ୍ତି, ଏହାକୁ ସମାଲୋଚନା କରିବା ଅଧିକାର ପ୍ରତ୍ୟେକ ନାଗରିକଙ୍କର ରହିଛି। ଏହା ଅପରାଧ ନୁହେଁ ବୋଲି ଜଷ୍ଟିସ୍ ଅଭୟ ଏସ. ଓକା ଏବଂ ଉଜ୍ଜଲ ଭୂୟାଁଙ୍କ ଖଣ୍ଡପୀଠ କହିଛନ୍ତି।
ସେପଟେ ଏହି ମାମଲାକୁ ନେଇ ପୁଲିସକୁ ମଧ୍ୟ କଡା ତାଗିଦ କରିଛନ୍ତି ସୁପ୍ରିମକୋର୍ଟ। ସମୟ ଆସିଛି ଯେ ଧାରା ୧୯ (୧) (କ) ବିଷୟରେ ପୁଲିସ ବ୍ୟବସ୍ଥାକୁ ଅଧିକ ସୂଚନା ଦିଆଯିବା ଉଚିତ୍ ବୋଲି କୋର୍ଟ କହିଛନ୍ତି।
ପ୍ରକୃତରେ ଧାରା ୩୭୦ ଉଚ୍ଛେଦକୁ ନେଇ ସରକାରଙ୍କ ନିଷ୍ପତ୍ତିକୁ ସମାଲୋଚନା କରି ପ୍ରଫେସର ଜାଭେଦ ଅହମଦ ହାଜମ 'ଅଗଷ୍ଟ ୫ ଜମ୍ମୁ-କଶ୍ମୀର ପାଇଁ କଳାଦିବସ' ବୋଲି ଲେଖିବା ସହ ଅଗଷ୍ଟ ୧୪ ପାକିସ୍ତାନ ସ୍ୱଧୀନତା ଦିବସ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହାକୁ ନେଇ ବିବାଦ ଉପୁଜି ଥିଲା। ମହାରାଷ୍ଟ୍ର ପୁଲିସ ତାଙ୍କ ବିରୋଧରେ ଧାରା ୧୫୩ଏ (ସାମ୍ପ୍ରଦାୟିକ ସଦ୍ଭାବନା ନଷ୍ଟ କରିବା)ରେ ମାମଲା ରୁଜୁ କରିଥିଲା। ପ୍ରଥମେ ବମ୍ବେ ହାଇକୋର୍ଟରେ ଏହି ମାମଲାକୁ ଖାରଜ କରିବା ପାଇଁ ପ୍ରଫେସର ଜାଭେଦ ଆବେଦନ କରିଥିଲେ। କିନ୍ତୁ ବମ୍ବେ ହାଇକୋର୍ଟ ମନା କରିଦେଇଥିଲେ।












Click it and Unblock the Notifications