Get Updates
Get notified of breaking news, exclusive insights, and must-see stories!

୩୯ ବର୍ଷ ବୟସରେ ହାସ୍ୟ ଅଭିନେତାଙ୍କ ମୃତ୍ୟୁ

Comedian Kabir Kabeezy Death: ୩୯ ବର୍ଷ ବୟସରେ ପ୍ରସିଦ୍ଧ ହାସ୍ୟ ଅଭିନେତା Kabir Kabeezy Singhଙ୍କ ମୃତ୍ୟୁ । ସେ 'ଆମେରିକାର ଗଟ୍ ଟ୍ୟାଲେଣ୍ଟ୍'ର ସେମିଫାଇନାଲିଷ୍ଟ ମଧ୍ୟ ଥିଲେ । କମେଡିଆନଙ୍କ ମୃତ ଦେହ ତାଙ୍କ କାଲିଫର୍ଣ୍ଣିଆ ଘରୁ ମିଳିଛି । ତେବେ ହାସ୍ୟ ଅଭିନେତାଙ୍କ ଏପରି ହଠାତ୍ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି । ସେହିପରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ହେଲେ ହାସ୍ୟ ଅଭିନେତାଙ୍କ ଜଣେ ବନ୍ଧୁଙ୍କ କହିବା ଅନୁସାରେ ସେ ଶୋଇଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି ।

Comedian Kabir Kabeezy Death

ମିଡିଆ ରିପୋର୍ଟ ଅନୁଯାୟୀ ହାସ୍ୟ ଅଭିନେତାଙ୍କ ମୃତ୍ୟୁ ଶୋଇଥିବା ଅବସ୍ଥାରେ ହୋଇଛି । କୁହାଯାଉଛି ଯେ କବୀରଙ୍କ ନ୍ୟାଚୁରାଲ ଡେଥ୍ ହୋଇଛି । ବର୍ତ୍ତମାନ କବୀରଙ୍କ ପରିବାର ଏବଂ ପୋଲିସ ଟକ୍ସିକୋଲୋଜି ରିପୋର୍ଟକୁ ଅପେକ୍ଷା କରିଛନ୍ତି। କବୀରଙ୍କ ମୃତ୍ୟୁ ହେତୁ ମନୋରଞ୍ଜନ ଜଗତରେ ଶୋକ ଛାୟ ଖେଳିଯାଇଛି । ସେହିପରି କୁହାଯାଉଛି ସେ କିଛି ଦିନ ହେବ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ । କବୀରଙ୍କ ପ୍ରେମିକା ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି , ଡିସେମ୍ବର ୪ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା ।

ପୋର୍ଟଲ୍ୟାଣ୍ଡରେ ଭାରତୀୟ ପିତାମାତାଙ୍କଠାରୁ ଜନ୍ମ ହୋଇଥିବା କବୀର ସିଂ ପିଲାଦିନରୁ କମେଡିକୁ ଭଲ ପାଉଥିଲେ। ସେ ପ୍ରାୟ ୯ ବର୍ଷ ବୟସରୁ ଷ୍ଟେଜ୍ ସୋ"କରି ଆସୁଛନ୍ତି । ତାଙ୍କ ପରିବାର ବର୍ତ୍ତମାନ ମୁମ୍ବାଇର ଫେରିଛି । ଅଭିନେତା ୨୦୨୧ ମସିହାରେ' ଆମେରିକାର ଗଟ୍ ଟ୍ୟାଲେଣ୍ଟ୍' ଜରିଆରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+