ବିହାର ନିର୍ବାଚନ ପୂର୍ବରୁ ନୂଆ ଗାଇଡଲାଇନ୍ଇ, EVM ବାଲଟ ପେପରରେ ପ୍ରାର୍ଥୀମାନଙ୍କର ଲାଗିବ ରଙ୍ଗୀନ ଫଟୋ
ଭାରତୀୟ ନିର୍ବାଚନ କମିଶନ ଇଭିଏମ୍ ବାଲଟ୍ ପେପରର ନକ୍ସା ସଂଶୋଧନ କରିଛି। ଆଗାମୀ ବିହାର ବିଧାନସଭା ନିର୍ବାଚନରୁ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ଇଭିଏମ୍ରେ ପ୍ରଥମ ଥର ପାଇଁ ପ୍ରିଣ୍ଟ ହେବ। ଫଟୋ ତିନି-ଚତୁର୍ଥାଂଶ ସ୍ଥାନରେ ରହିବ ଯାହା ଦ୍ୱାରା ପ୍ରାର୍ଥୀଙ୍କୁ ସ୍ପଷ୍ଟ ଚିହ୍ନିବା ସହଜ ହେବ। ଏହା ସହ ପ୍ରାର୍ଥୀଙ୍କ କ୍ରମିକ ସଂଖ୍ୟା ଓ ନୋଟା ୩୦ ଫଣ୍ଟ ସାଇଜରେ ବୋଲ୍ଡରେ ପ୍ରିଣ୍ଟ ହେବ।

ତେବେ ଆଉ କିଛି ଦିନ ପରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ନିର୍ବାଚନ କମିସନ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ବିହାର ନିର୍ବାଚନ ପାଇଁ ଯଦିଓ ତାରିଖ ଘୋଷଣା ହୋଇନି ମାତ୍ର ତା ଆଗରୁ କମିସନ ବିହାରରେ ଏକ ନୂତନ ପରୀକ୍ଷଣ ଆରମ୍ଭ କରୁଛନ୍ତି । ଯାହା ବିହାରରେ ସଫଳ ହେବା ପରେ ଅନ୍ୟ ରାଜ୍ୟରେ ଲାଗୁ କରାଯିବ । ଇଭିଏମ୍ ବାଲଟ୍ ପେପରରେ ପୂର୍ବରୁ କଳା ଏବଂ ଧଳା ଫଟୋ ରହୁଥିବା ବେଲେ ଏବେ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ରହିବ। ନିର୍ବାଚନ କମିସନ ଇଭିଏମ ବାଲଟରେ ପ୍ରାର୍ଥୀଙ୍କ ଫଟୋ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।












Click it and Unblock the Notifications