ରନୱେର୍ ଧକ୍କା ହେଲା ଇଣ୍ତିଗୋ-ଏୟାର ଇଣ୍ତିଆ ବିମାନ
Kolkata Airport Accident: ବୁଧବାର ପଶ୍ଚିମବଙ୍ଗର କୋଲକାତା ବିମାନବନ୍ଦରରେ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ବିମାନ ମଧ୍ୟରେ ରନୱେରେ ଧକ୍କା ହୋଇଛି । ଇଣ୍ଡିଗୋ ବିମାନଟି ଟ୍ୟାକ୍ସିୱେ ଦେଇ ଯାଉଥିବାବେଳେ ବିମାନର କିଛି ଅଂଶ ଅନ୍ୟ ଏୟାର ଇଣ୍ଡିଆ ବିମାନ ସହିତ ଧକ୍କା ହୋଇଥିଲା। ହେଲେ ଏହି ଘଟଣାରେ କେହି ମୃତାହତ ହୋଇନାହାଁନ୍ତି ।

ଏୟାର ଇଣ୍ଡିଆ ଏକ୍ସପ୍ରେସ ମୁଖପାତ୍ର ଏହି ଦୁର୍ଘଟଣା ପରେ ନ୍ୟୁଜ୍ ଏଜେନ୍ସି ANI କୁ ସୂଚନା ଦେଇ କହିଛନ୍ତି, ଆମର ଗୋଟିଏ ବିମାନ କୋଲକାତା ବିମାନବନ୍ଦରର ରନୱେରେ ତାମିଲନାଡୁର ଚେନ୍ନାଇ ଯିବାକୁ କ୍ଲିୟରାନ୍ସକୁ ଅପେକ୍ଷା କରିଥିବା ସମୟରେ ଅନ୍ୟ ଏକ ବିମାନ କମ୍ପାନୀର ବିମାନର ୱିଙ୍ଗ୍ ଟିପ୍ ଏହା ସହିତ ମୁହାଁମୁହିଁ ଧକ୍କା ହୋଇଥିଲେ। ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।
Ground Collision at Kolkata Airport
🔵 VT-TGG, 737-800 of Air India Express and VT-ISS, A320neo of IndiGo have made contact while taxing to RW19R
🔵 VT-TGG was off to Chennai and VT-ISS was off to Darbhanga, both returned to bay
🔵 Further details awaited
📸@lmfaookbro pic.twitter.com/I6ZHKLMli6
— AviationAll (@AviationAll_) March 27, 2024
ସେ ଆହୁରି କହିଛନ୍ତି, ଆମେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏବଂ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ସହଯୋଗ କରୁଛୁ। ଏହି ଦୁର୍ଘଟଣା ପରେ ଇଣ୍ଡିଗୋ ଏୟାରଲାଇନ୍ସର ପାଇଲଟଙ୍କ ବିରୋଧରେ ଡିଜିସିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିମାନ କମ୍ପାନୀର ଏହି ପାଇଲଟମାନଙ୍କର ଏକ ଦିନର ଦକମା କାଟ୍ କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ।












Click it and Unblock the Notifications