ରାଜଧାନୀ ଦିଲ୍ଲୀରେ ପ୍ରବଳ ଥଣ୍ତା, ସତର୍କ ସୂଚନା ଜାରି କଲା IMD

Delhi Winter News: ସାରା ଦେଶରେ ଜାରି ରହିଛି ଶୀତ ଲହର ଜାରି ରହିଛି ଦିନକୁ ଦିନ ପାରଦ ତଳକୁ ଖସିବାରେ ଲାଗିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶ, ପଞ୍ଜାବ, ଜମ୍ମୁ କଶ୍ମୀର ଏବଂ ହରିୟାଣା ଭଳି ରାଜ୍ୟରେ ସାତ ଦିନ ପର୍ଯ୍ୟନ୍ତ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଉତ୍ତରପ୍ରେଦଶର ଅନେକ ଜିଲ୍ଲାରେ ଘନ କୁହୁଡ଼ି ଏବଂ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସର୍ବାଧିକ ତାପମାତ୍ରା 3 ରୁ 4 ଡିଗ୍ରୀ ହ୍ରାସ ପାଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସେହିପରି ରାଜଧାନୀ ଦିଲ୍ଲୀରେ ଆଜିବି ଜାରି ରହିବ ଶୀତ ଲହରୀ । ସୋମବାର ଦିନ ହାଲୁକା ବର୍ଷା ନେଇ ଦିଲ୍ଲୀରେ ଥଣ୍ଡା ବୃଦ୍ଧି ପାଇଛି। ଏଥି ସହିତ, 24-26 ଡିସେମ୍ବର ମଧ୍ୟରେ ହିମାଚଳ ପ୍ରଦେଶର କେତେକ ସ୍ଥାନରେ ଶୀତ ଲହର ଯୋଗୁଁ ପ୍ରବଳ ଥଣ୍ଡା ହେବାର ସମ୍ଭାବନା ରହିଛି ।

Delhi Winter News

ରାଜଧାନୀ ଦିଲ୍ଲୀର କିଛି ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ସେହିପରି ଘନ କୁହୁଡି ମଧ୍ୟ ଦେଖିବା ପାଇଁ ମିଳିବ । ଆଜି ଦିଲ୍ଲୀର ତାପମାତ୍ରା 2 ଡିଗ୍ରୀ ହ୍ରାସ ପାଇପାରେ । ସେହିପରି ପଞ୍ଜାବ ହରିୟାଣାର ସଂଲଗ୍ନ ଅଞ୍ଚଳରେ ତଥା ଦକ୍ଷିଣ-ପଶ୍ଚିମ ରାଜସ୍ଥାନରେ ପାଗ ଖରାପ ରହିବ, ଥଣ୍ଡା ବୃଦ୍ଧି ପାଇବ ଏବଂ କୁହୁଡି ହେବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+