ରାଜଧାନୀ ଦିଲ୍ଲୀରେ ପ୍ରବଳ ଥଣ୍ତା, ଜାଣନ୍ତୁ ଓଡ଼ିଶାରେ କିପରି ରହିବ ପାଗ
Delhi Weather Update: ଦିଲ୍ଲୀ-ଏନସିଆରରେ ପୁଣି ପ୍ରବଳ ଥଣ୍ତା ଅନୁଭୂତ ହେଉଛି । ଆଜି ସକାଳ ଠାରୁ ଘନ କୁହୁଡ଼ି ଦେଖିବା ପାଇଁ ମିଳିଛି ଏବଂ ତାପମାତ୍ରା ୧୧ ଡିଗ୍ରୀ ହ୍ରାସ ପାଇଛି। ସକାଳୁ ପ୍ରବଳ ଥଣ୍ତା ସହ ପବନ ମଧ୍ୟ ବହୁଛି । ଘନ କୁହୁଡ଼ି ଯୋଗୁଁ ୭୦ ରୁ ଅଧିକ ବିମାନ ଏବଂ ୫୦ ରୁ ଅଧିକ ଟ୍ରେନ୍ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଚାଲୁଥିବା ନେଇ ସୂଚନା ରହିଛି ।
ପ୍ରବଳ ଥଣ୍ତା ଯୋଗୁଁ ଅନେକ ଟ୍ରେନ୍ ବାତିଲ ମଧ୍ୟ କରାଯାଇଛି । ସେହିପରି ପ୍ରବଳ କୁହୁଡି ଯୋଗୁଁ ରାସ୍ତାରେ ଯାନବାହାନ ଚାଲିବାରେ ମଧ୍ୟ ସମସ୍ୟା ଦେଖିବା ପାଇଁ ମିଳିଛି । ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ଦୁଇ ଦିନ ଦିଲ୍ଲୀ, ପଞ୍ଜାବ ଏବଂ ହରିୟାଣାରେ ବର୍ଷା ହେବାର ସମ୍ଭାବନା ରହିଛି, ତେଣୁ ଏକ ସତର୍କ ସୂଚନା ଜାରି କରାଯାଇଛି। ଆଜି ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୧୧ ଡିଗ୍ରୀ ସେଲସିୟସ୍ ଏବଂ ସର୍ବାଧିକ ତାପମାତ୍ରା ପ୍ରାୟ ୨୨ ଡିଗ୍ରୀ ରହିବାର ପୂର୍ବାନୁମାନ କରାଯାଇଛି ।

ପାଣିପାଗ ବିଭାଗ ସୂଚନା ଅନୁସାରେ, ଜାନୁଆରୀ ୨୯ ପର୍ଯ୍ୟନ୍ତ ପାଗ ଖରାପ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ବର୍ଷା ହେବାର ସମ୍ଭାବନା ଅଛି। ଆଇଏମଡି ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ହିମାଚଳର ବିଭିନ୍ନ ସ୍ଥାନରେ ପ୍ରବଳ ଥଣ୍ତା ପାଇଁ ସତର୍କ ସୂଚନା ଜାରି କରିଛି । ସେହିପରି ଆଜି ଉତ୍ତରାଖଣ୍ଡରେ ବର୍ଷା ହୋଇପାରେ, ସେହିପରି ବିହାର, ବଙ୍ଗଳା, ଓଡ଼ିଶା, ପଞ୍ଜାବ ଏବଂ ହରିୟାଣାରେ କୁହୁଡ଼ି ଏବଂ ଶୀତଳ ଲହରୀ ଜାରି ରହିବା ନେଇ ସୂଚନା ରହିଛି । ଓଡ଼ିଶାରେ ଗତ ଦୁଇ ଦିନ ହେଲା ଘନ କୁହୁଡ଼ି ଦେଖିବା ପାଇଁ ମିଳୁଛି । ହେଲେ ଦିନ ତାପମାତ୍ରା ସ୍ୱାଭାବିକ ରହୁଥିବା ବେଳେ କିଛି କିଛି ସ୍ଥାନରେ ପ୍ରବଳ ଥଣ୍ତା ଅନୁଭୂତ ହେଉଛି ।
Temperature in Delhi falls down to 11 degrees; trains and flights stand delayed
Read @ANI Story | https://t.co/7bDu1x2U9P #Delhi #Winter #temperature pic.twitter.com/GZFayqtgqG
— ANI Digital (@ani_digital) January 24, 2025
କର୍ଣ୍ଣାଟକ ଏବଂ ତାମିଲନାଡୁରେ ସକାଳ ଏବଂ ସନ୍ଧ୍ୟାର ତାପମାତ୍ରା ହ୍ରାସ ପାଇପାରେ । ତାମିଲନାଡୁରେ ପାଗ ଶୁଖିଲା ରହିବ। ଆଇଏମଡି ଅନୁଯାୟୀ, ଆଜି ବାରାଣସୀ ଏବଂ ଅଯୋଧ୍ୟାରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ସେଲସିୟସ୍ ରହିବାର ସମ୍ଭାବନା ରହିଛି ।












Click it and Unblock the Notifications