ପାକିସ୍ତାନ କରିଛି ମିଛ ପ୍ରଚାର: ପ୍ରତିରକ୍ଷା ମନ୍ତ୍ରାଳୟ
ସୀମାରେ ଆଉ ଫୁଟିବନି ଗୁଳି, ଶୁଭିବନି ଯୁଦ୍ଧ ବିମାନର ଗର୍ଜନ । କାରଣ କିଛିଦିନ ହେବ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିବା ଯୁଦ୍ଧ ଉପରେ ବିରାମ ଲାଗିଛି । ଏନେଇ ଭାରତର ବିଦେଶ ସଚିବ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଚଳିତମାସ ୧୨ ତାରିଖରେ ଉଭୟ ଭାରତ ଓ ପାକିସ୍ତାନର ଡିଜିଏମଓଙ୍କ ମଧ୍ୟରେ ବାକି ଆଲୋଚନା ହେବ । ଏକ ସାମ୍ବାଦିକ ସମ୍ମିଳନୀରେ କର୍ଣ୍ଣେଲ ସୋଫିଆ କୁରେଶୀ ସୂଚନା ଦେଇ କହିଛନ୍ତି, ପାକିସ୍ତାନ ମିଥ୍ୟା ଖବର ପ୍ରସାର କରିଛି। ପାକିସ୍ତାନର ପିସିରେ କୁହାଯାଇଥିଲା ଯେ, ଭାରତୀୟ ସେନା ମସଜିଦକୁ ଟାର୍ଗେଟ କରିଥିଲା କିନ୍ତୁ ଏହା ଏପରି ନୁହେଁ। ଆମର କାର୍ଯ୍ୟ ମାପକାଠି ଏବଂ ଦାୟିତ୍ୱପୂର୍ଣ୍ଣ ଥିଲା।
ସେହିପରି ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି, "ପାକିସ୍ତାନର ଡିଜିଏମଓ ଆଜି ଅପରାହ୍ନ ୩.୩୫ରେ ଭାରତୀୟ ଡିଜିଏମଓଙ୍କୁ ଫୋନ୍ କରିଥିଲେ। ସେମାନେ ରାଜି ହୋଇଥିଲେ ଯେ ଉଭୟ ପକ୍ଷ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୫ଟାରୁ ଜଳ, ସ୍ଥଳ ଏବଂ ବାୟୁରେ ସମସ୍ତ ଗୁଳିମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବେ। ଏହି ଚୁକ୍ତିନାମା କାର୍ଯ୍ୟକାରୀ କରିବାକୁ ଉଭୟ ପକ୍ଷକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ମେ' ୧୨ ମଧ୍ୟାହ୍ନ ୧୨ଟାରେ ପୁଣି ଥରେ କଥା ହେବେ।

ଉଭୟ ଦେଶର ଡିଜିଏମଓ ପୁଣି ଥରେ କଥା ହେବେ। ସେ କହିଛନ୍ତି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଗୁଳିମାଡ଼ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାର ନିଷ୍ପତ୍ତି ସିଧାସଳଖ ଦୁଇ ଦେଶ ମଧ୍ୟରେ ନିଆଯାଇଛି। ଅନ୍ୟ କୌଣସି ସ୍ଥାନରେ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରାଯିବାର ନିଷ୍ପତ୍ତି ହୋଇନାହିଁ।












Click it and Unblock the Notifications