କୁନି ଝିଅର ବେକରେ ନାଗ ସାପ, ଫଣା ଟେକି ଘଣ୍ଟାଏ କାଳ ରହିଲା ନାଗ
ମହାରାଷ୍ଟ୍ରର ବର୍ଦ୍ଧା ଜିଲ୍ଲାରୁ ଏମିକି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି । ୭ ବର୍ଷର ଝିଅ ବେକରେ ଏକ ନାଗ ସାପ ଗୁଡେଇ ହୋଇ ଘଣ୍ଟାଏ କାଳ ଫଣା ଟେକି ରହିଲା ।
ମୁମ୍ବାଇ: ମହାରାଷ୍ଟ୍ରର ବର୍ଦ୍ଧା ଜିଲ୍ଲାରୁ ଏମିକି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି । ୭ ବର୍ଷର ଝିଅ ବେକରେ ଏକ ନାଗ ସାପ ଗୁଡେଇ ହୋଇ ଘଣ୍ଟାଏ କାଳ ଫଣା ଟେକି ରହିଲା ।

ମହାରାଷ୍ଟ୍ରର ବର୍ଦ୍ଧା ଜିଲ୍ଲା ସେଲୁ ତାଲୁକାରେ ରହୁଥିବା ବୋରଖେଡି କଲାଙ୍କ 7 ବର୍ଷର ଝିଅ ପଦ୍ମକର ଗଡକରୀ ରାତିରେ ଘରେ ଶୋଇଥିଲେ। ରାତି ପ୍ରାୟ 11 ଟା ସମୟରେ ଏହି ବିଷାକ୍ତ ନାଗ ସାପଟି କୁନି ଝିଅର ବେକରେ ଗୁଡେଇ ହୋଇ ରହିଥିଲା। ପ୍ରାୟ ଏକ ଘଣ୍ଟା ଧରି ସାପଟି ତାଙ୍କ ବେକରେ ଗୁଡ଼ାଇ ଥିଲା ।

ତେବେ ନିଦ ଭାଙ୍ଗିଯିବାରୁ ଯେତେବେଳେ ଝିଅଟି ଆଖି ଖୋଲିଲା, ସେ ଏହି ଦୃଶ୍ୟ ଦେଖିବା ପରେ ଚିତ୍କାର କଲା । ନାବାଳିକା ଚିତ୍କାର ଶୁଣି ପରିବାର ଲୋକ ସାପକୁ ଦେଖି ବିଚଳିତ ହୋଇ ପଡ଼ିଥିଲେ । ତେବେ ପରିବାର ଲୋକେ ସ୍ନେକ ହେଲ ଲାଇନକୁ ଖବର ଦେଇଥିଲେ । ମାତ୍ର କୁନି ଝିଅଟି ଭୟବିତ ହୋଇ ହଲିଯିବାରୁ ସାପ ତାକୁ କାମୁଡ଼ି ଦେଇ ପଳାଇଥିଲା । ନାବାଳିକାଙ୍କୁ ମେଡିକାଲ ନିଆଯାଇ ଚିକିତ୍ସା କରାଯାଉଛି ।












Click it and Unblock the Notifications