କୋଷ୍ଟଗାର୍ଡର ଆଡ୍ଭାନ୍ସ ହେଲିକପ୍ଟର କ୍ରାସ୍,୩ ମୃତ
ଗୁଜରାଟରେ ହେଲିକପ୍ଟର କ୍ରାସ୍ । ପୋରବନ୍ଦରରେ କୋଷ୍ଟଗାର୍ଡର ଏୟାର ଏନକ୍ଲେଭରେ ଏକ ହେଲିକପ୍ଟର ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ୩ ଜଣଙ୍କର ମୃତ୍ୟୁ ଘଟିଛି । କ୍ରାସ୍ ସମୟରେ ଆହତ ୨ ଜଣଙ୍କୁ ହସ୍ପିଟାଲ ନିଆଯାଉଥିବା ବାଟରେ ସେମାନେ ଆଖି ବୁଜିଥିଲେ । ସେହିପରି ହେଲିକପ୍ଟରରୁ ଡେଇଁଥିବା ଜଣେ ବ୍ୟକ୍ତିଙ୍କର ଏଥିରେ ମୃତ୍ୟୁ ହୋଇଛି ।
ଅଧିକାରୀଙ୍କ ମୁତାବକ, କୋଷ୍ଟଗାର୍ଡର ଆଡଭାନ୍ସ ଲାଇଟ୍ ହେଲିକପ୍ଟର କ୍ରାସ୍ ହୋଇଛି । କୋଷ୍ଟଗାର୍ଡ ତରଫରୁ ଏ ନେଇ କୌଣସି ବିଧିବଦ୍ଧ ବୟାନ ଆସିନାହିଁ । ସ୍ଥାନୀୟ ପୋଲିସ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛି । ନ୍ୟୁଜ୍ ଏଜେନ୍ସି ଏନଆଇର ରିପୋର୍ଟ ଅନୁଯାୟୀ, ଭାରତୀୟ ତଟରକ୍ଷୀ ବାହିନୀର ଜଣେ ଅଧିକାରୀ କହିଛନ୍ତି ଯେ, ଏକ ନିୟମିତ ତାଲିମ ବିମାନ ଉଡ଼ାଣ ସମୟରେ ଗୁଜରାଟର ପୋରବନ୍ଦରରେ କୋଷ୍ଟଗାର୍ଡର ଏଲ୍ଏଚ୍ ଧ୍ରୁଭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୂମିରେ ମାଡ଼ହେବା ମାତ୍ରେ ହେଲିକପ୍ଟରରେ ନିଆଁ ଲାଗି ଯାଇଥିଲା।

ଏହାପୂର୍ବରୁ ୨ ସେପ୍ଟେମ୍ବର ୨୦୨୪ରେ ପୋରବନ୍ଦର ଉପକୂଳ ନିକଟ ଆରବ ସାଗରରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ଉନ୍ନତ ହାଲୁକା ହେଲିକପ୍ଟର ଖସିପଡିଥିଲା। ଏହି ଦୁର୍ଘଟଣା ପରେ ଚାରିଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିଲେ। ଖବର ଅନୁଯାୟୀ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ପରେ ଏହି ଦୁର୍ଘଟଣା ଘଟିଛି। ବିମାନରେ ଦୁଇଜଣ ପାଇଲଟ୍ ଏବଂ ଅନ୍ୟ ତିନି ଜଣ ଥିଲେ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।












Click it and Unblock the Notifications