କର୍ଣ୍ଣାଟକରେ ଇସ୍ରାଏଲ ଯୁବତୀଙ୍କୁ ଗଣଦୁଷ୍କର୍ମ,ଓଡ଼ିଆ ଯୁବକଙ୍କୁ ହତ୍ୟା
କର୍ଣ୍ଣାଟକରେ ଇସ୍ରାଏଲ ଯୁବତୀ ସମେତ ୨ଜଣଙ୍କୁ ଗଣଦୁଷ୍କର୍ମ କରାଯାଇଛି। ସେହିପରି କର୍ଣ୍ଣାଟକରେ ଜଣେ ଓଡ଼ିଆ ଯୁବକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଦୁଷ୍କର୍ମକାରୀ ଠେଲି ଦେବାରୁ କେନାଲରେ ପଡ଼ି ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାମ ବିବାସ ବୋଲି ଜଣାପଡ଼ିଛି।ମୃତକ ଜଣଙ୍କ ଓଡିଶାର ହୋଇଥିବା ବେଳେ ତାଙ୍କ ଘର ଓଡିଶାର କେଉଁ ଜିଲ୍ଲାରେ ତାହା ସ୍ପଷ୍ଟ ଜଣାପଡିନି । ତେବେ ଅଳ୍ପକେ ଆମେରିକୀୟ ନାଗରିକ ଏବଂ ମରାଠି ଯୁବକ ବର୍ତ୍ତି ଯାଇଛନ୍ତି। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି। ହତ୍ୟା ଓ ଗଣଦୁଷ୍କର୍ମରେ ଲିପ୍ତ ବ୍ୟକ୍ତିକୁ ଗିରଫ ପାଇଁ ଉଦ୍ୟମ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।

ସେପଟେ ମିଳିଥିବା ସୂଚନା ଅନୁସାରେ ଗୁରୁବାର ପ୍ରାୟ ରାତି ୧୧ରୁ ସାଢେ ୧୧ଟା ଭିତରେ ସାନପୁର ହ୍ରଦ ନିକଟରେ ଏଭଳି ଭୟଙ୍କର କାଣ୍ଡ ଘଟିଛି । ଇସ୍ରାଏନ ଯୁବତୀ ଏବଂ ସେ ଯାହାଙ୍କ ଘରେ ରହୁଥିଲେ ସେ ଯୁବତୀଙ୍କ ସମେତ ଅନ୍ୟ ୩ ଜଣ ପୁରୁଷ ବନ୍ଧୁ ହ୍ରଦ କୂଳରେ ମସ୍ତି କରୁଥିଲେ । ଏହି ସମୟରେ ବାଇକରେ ୩ ଜଣ ଆସି ସେମାନଙ୍କୁ ପେଟ୍ରୋଲ୍ ପମ୍ପ କଥା ପଚାରିଲେ । ଯୁବତୀ ଜଣଙ୍କ ଆଖପାଖରେ କୌଣସି ପେଟ୍ରୋଲ୍ ପମ୍ପ ନଥିବା ସହିବା ପରେ ଦୁର୍ବୃତ୍ତମାନେ ସେମାନଙ୍କୁ ଟଙ୍କା ମାଗିଥିଲେ ଏବଂ ଏମାନେ ଟଙ୍କା ଦେବାକୁ ରାଜି ନହେବାରୁ ଗଣ୍ଡଗୋଳ ଏବଂ ମାରପିଟ ପରିସ୍ଥିତି ସୃଷ୍ଟି ହୋଇଥିଲା । ୩ ଦୁର୍ବୃତ୍ତ ୩ ଜଣ ପୁରୁଷ ବନ୍ଧୁଙ୍କୁ ଧକ୍କାମାରି ହ୍ରଦରେ ପକାଇ ଦେଇଥିଲେ ଏବଂ ୨ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିବା ସୂଚନା ମିଳିଛି ।












Click it and Unblock the Notifications