For Quick Alerts
Turn On Notification  
For Daily Alerts
Oneindia App Download

ବଢିଲା CNG ଦର, ଚିନ୍ତାରେ ଗ୍ରାହକ

ପୁଣି ବଢିଲା ସିଏନଜି ଦର । ଗତବର୍ଷ ଅକ୍ଟୋବର ମାସରୁ ଲଗାତାର ଭାବେ ବଢିଚାଲିଛି ସିଏନଜି ଦର।

|

ନୂଆଦିଲ୍ଲୀ: ପୁଣି ବଢିଲା ସିଏନଜି ଦର । ଗତବର୍ଷ ଅକ୍ଟୋବର ମାସରୁ ଲଗାତାର ଭାବେ ବଢିଚାଲିଛି ସିଏନଜି ଦର। ବର୍ତ୍ତମାନ ତୈଳ ଦର ଦାଉ ସାଧିଥିବା ବେଳେ ଅନ୍ୟପଟେ ଗ୍ୟାସ ଦର ଖାଉଟିଙ୍କ ଚିନ୍ତା ବଢାଇଛି। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍‌ ଲିମିଟେଡ୍‌ ସିଏନଜିନ ମୂଲ୍ୟ ବୃଦ୍ଧି କରିଛି । ବର୍ଦ୍ଧିତ ଦର ରବିବାର ସକାଳ 6 ଟାରୁ ଲାଗୁ ହୋଇଛି । ଦିଲ୍ଲୀ-ଏନସିଆର ଏବଂ ଏହାର ଆଖପାଖ ଅଞ୍ଚଳରେ ସିଏନଜି ଦର ଏକ କେଜି ପିଛା 2 ଟଙ୍କା ବୃଦ୍ଧି ପାଇଛି ।

CNG

ବର୍ତ୍ତମାନ ଦିଲ୍ଲୀରେ ସିଏନଜିର ଦର ବୃଦ୍ଧି ହୋଇ କିଲୋ 73ଟଙ୍କା 61 ପଇସା ହୋଇଛି । ସେହିପରି ନୋଏଡାରେ 76 ଟଙ୍କା 17 ପଇସା ଓ ଗୁରୁଗ୍ରାମରେ 81 ଟଙ୍କା 94 ପଇସା ରହିଛି । କେବଳ ଦିଲ୍ଲୀ ନୁହେଁ ବରଂ ଦେଶର ଅନ୍ୟଭାଗରେ ମଧ୍ୟ ଆଇଜିଏଲ CNGର ମୂଲ୍ୟ ବୃଦ୍ଧି କରିଛି । ରେଓ୍ବାରିରେ ଏକ କେଜି ସିଏନଜିର ମୂଲ୍ୟ 84 ଟଙ୍କା 7 ପଇସା, କରନାଲ ଓ କୈଥାଲରେ 82.27 କାନପୁରରେ 85. 40 ହମିରପୁର ଓଫତେପୁର, ଆଜମିର, ପାଲି ଓ ରାଜସମାଣ୍ଡରେ 83.88 ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
CNG price hike in india since one year. 2 rupees hike in price.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X