ବଢିଲା ସିଏନଜି ଦର, 2 ମାସରେ 13 ତମ ଥର ବୃଦ୍ଧି
ପୁଣି ବଢିଲା ସିଏନଜି ଦର । 2 ମାସ ଭିତରେ ଏହା 13ତମ ବୃଦ୍ଧି । ରାଜଧାନୀ ଦିଲ୍ଲୀରେ ଶନିବାର ସିଏନଜିର ମୂଲ୍ୟ କିଲୋଗ୍ରାମ ପିଛା 2 ଟଙ୍କା ବୃଦ୍ଧି ପାଇଛି।
ନୂଆଦିଲ୍ଲୀ: ପୁଣି ବଢିଲା ସିଏନଜି ଦର । 2 ମାସ ଭିତରେ ଏହା 13ତମ ବୃଦ୍ଧି । ରାଜଧାନୀ ଦିଲ୍ଲୀରେ ଶନିବାର ସିଏନଜିର ମୂଲ୍ୟ କିଲୋଗ୍ରାମ ପିଛା 2 ଟଙ୍କା ବୃଦ୍ଧି ପାଇଛି। ରାଜଧାନୀ ସମେତ ଆଖପାଖ ସହରରେ ବଢିଛି ଦର । ତେବେ ବର୍ତ୍ତମାନନ ସିଏନ୍ ଜିର ମୂଲ୍ୟ କିଲୋଗ୍ରାମ ପିଛା 75.61 ଟଙ୍କା, ଯାହା ପୂର୍ବରୁ କିଲୋଗ୍ରାମ ପିଛା 73.61 ଟଙ୍କା ଥିଲା।

ଦୁଇ ମାସରେ ସିଏନଜି ମୂଲ୍ୟ କିଲୋଗ୍ରାମ ପିଛା 19.60 ଟଙ୍କା ବୃଦ୍ଧି ପାଇଛି । ଗତ ଏକ ବର୍ଷ ମଧ୍ୟରେ ମୂଲ୍ୟ କିଲୋଗ୍ରାମ ପିଛା 32.21 ଟଙ୍କା କିମ୍ବା 60 ପ୍ରତିଶତ ବୃଦ୍ଧି ପାଇଛି। ଗତ ବର୍ଷ ଅକ୍ଟୋବରରୁ ସହରର ଗ୍ୟାସ୍ ବିତରକମାନେ ପର୍ଯ୍ୟାୟକ୍ରମେ ମୂଲ୍ୟ ବୃଦ୍ଧି କରୁଛନ୍ତି। ଯେତେବେଳେ ମହାମାରୀ ମାନ୍ଦାବସ୍ଥାରୁ ସମଗ୍ର ବିଶ୍ୱର ଅର୍ଥନୀତି ପୁନରୁଦ୍ଧାର ହୋଇଥିବାରୁ ଘରୋଇ ତଥା ଆନ୍ତର୍ଜାତୀୟ ଗ୍ୟାସ୍ ମୂଲ୍ୟ ବୃଦ୍ଧି ପାଇବାଆରମ୍ଭ କରିଥିଲା ।
ଆଇଜିଏଲର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର କହିଛନ୍ତି ଯେ ପ୍ରାକୃତିକ ଗ୍ୟାସର ଉଚ୍ଚ ଆନ୍ତର୍ଜାତୀୟ ମୂଲ୍ୟ ହେତୁ ନିକଟ ଭବିଷ୍ୟତରେ ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି। 2021ର ଶେଷ ତିନି ମାସରେ ସିଏନଜି ମୂଲ୍ୟ କିଲୋଗ୍ରାମ ପିଛା 8.74 ଟଙ୍କା ବୃଦ୍ଧି ପାଇଥିଲା ଏବଂ ଜାନୁଆରୀରୁ ପ୍ରାୟ ପ୍ରତି ସପ୍ତାହରେ କିଲୋଗ୍ରାମ ପିଛା ପ୍ରାୟ 50 ପଇସା କ୍ରମାଗତ ବୃଦ୍ଧି ପାଇଥିଲା ।












Click it and Unblock the Notifications