ଖାଉଟିଙ୍କୁ ଝଟକା, ବଢିଲା CNG ଓ PNG ଦର
ପୁଣି ଖାଉଟିଙ୍କୁ ଝଟକା । ବଢିଲା ଉଭୟ ସିଏନଜି ଓ ଘରୋଇ ପିଏନଜିର ଦର ।
ମୁମ୍ବାଇ: ପୁଣି ଖାଉଟିଙ୍କୁ ଝଟକା । ବଢିଲା ଉଭୟ ସିଏନଜି ଓ ଘରୋଇ ପିଏନଜିର ଦର । ମୁମ୍ବାଇ ଏବଂ ସାରା ରାଜ୍ୟରେ ସିଏନଜି କେଜି ପିଛା 6 ଟଙ୍କା ଏବଂ ପିଏନଜି ଏସସିଏମ ପିଛା 4 ଟଙ୍କା ବଢାଇଛି ମହାନଗର ଗ୍ୟାସ ଲିମିଟେଡ ।

ଆଜି ମଧ୍ୟରାତ୍ରିରୁ ଏହି ନୂଆ ଦର ସାରା ମୁମ୍ବାଇରେ ଲାଗୁ ହୋଇଛି । ଉଚ୍ଚ ମୁଦ୍ରାସ୍ଫୀତି ମଧ୍ୟରେ ମୁମ୍ବାଇ ଭଳି ସହରରେ ସାଧାରଣ ପରିବାର ପକ୍ଷେ ଖର୍ଚ୍ଚ ତୁଲାଇବା କଷ୍ଟ ହୋଇଥାଏ । ଏତିକି ବେଳେ ବେଡି ଉପରେ କୋରଡା ମାଡ ଭଳି ସିଏନଜି ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଛି ।
ଏମଜିଏଲ ପକ୍ଷରୁ ପ୍ରକାଶିତ ବିବୃତ୍ତି ଅନୁଯାୟୀ, ବର୍ଦ୍ଧିତ ଦର ପରେ ମୁମ୍ବାଇରେ ସିଏନଜି ଦାମ୍ କେଜି ପିଛା 86 ଟଙ୍କା ହୋଇଯାଇଛି । ସେହିପରି ପିଏନଜି ଦର 4 ଟଙ୍କା ବଢି SCM ପିଛା 52 ଟଙ୍କାରେ ପହଞ୍ଚିଛି । ଗତ ଏପ୍ରିଲ 29 ତାରିଖରେ ଉଭୟ ସିଏନଜି ଓ ପିଏନଜି ଦରରେ 4 ଟଙ୍କା ବୃଦ୍ଧି କରିଥିଲା । ପରେ ଗତ ଜୁଲାଇ 12 ତାରିଖରେ ପୁଣି ଦର ବୃଦ୍ଧି ହୋଇଥିଲା ।












Click it and Unblock the Notifications