କ୍ରିକେଟ ଖେଳିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ , ମାରିଲେ ଚୌକା-ଛକା
ପଡ଼ିଆକୁ ଓହ୍ଲାଇଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ହାତରେ ବ୍ୟାଟ୍ ଧରି ଚଉକା, ଛକା ବର୍ଷଣ କରିଛନ୍ତି । ଲକ୍ଷ୍ନୌରେ ଆୟୋଜିତ ଅଲ୍ ଇଣ୍ଡିଆ ଆଡ୍ଭୋକେଟ୍ କ୍ରିକେଟ ଟୁର୍ନାମେଣ୍ଟରେ ଯୋଗଦେବା ଅବସରରେ ଯୋଗୀ କ୍ରିକେଟ ଖେଳିଥିବା ଭିଡିଓ ସାମ୍ନାକୁ ଆସିଛି।

ରବିବାର ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଯୋଗୀ ତମ ଅଲ୍ ଇଣ୍ଡିଆ ଆଡଭୋକେଟ କ୍ରିକେଟ ଟୁର୍ନାମେଣ୍ଟର ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେ କ୍ରିକେଟ ଖେଳୁଥିବା ଏବଂ ଅଂଶଗ୍ରହଣକାରୀଙ୍କ ସହ ଜଡ଼ିତ ଥିବା ଦେଖିବାକୁ ମିଳିଛି। ଆଡ୍ଭୋକେଟମାନଙ୍କୁ ସମ୍ବୋଧିତ କରି ସେ କ୍ରୀଡ଼ାରେ ଦଳଗତ କାର୍ଯ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରି କହିଛନ୍ତି ଯେ, ଏକ ଦଳ ଭାବରେ କାର୍ଯ୍ୟ କରିବାର ମୂଲ୍ୟ ଆମ ଭିତରେ କ୍ରୀଡ଼ା ସୃଷ୍ଟି କରିଥାଏ।
#WATCH | Uttar Pradesh CM Yogi Adityanath tries his hands in cricket as he attends 'All India Advocates Cricket Tournament', in Lucknow pic.twitter.com/GFj9vD4xX5
— ANI (@ANI) October 6, 2024
ଭାରତ ଓ ବାଂଲାଦେଶ ମଧ୍ୟସ୍ଥ ୩ଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଆଜିଠାରୁ ଆରମ୍ଭ ହୋଇଛି। ଆଉ ପ୍ରଥମ ମ୍ୟାଚ୍ରେ ବାଂଲାଦେଶକୁ ୭ ୱିକେଟ୍ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଏହା ସହିତ ସିରିଜ୍ରେ ୧-୦ରେ ଆଗୁଆ ହୋଇଛି ଭାରତ ।
ଗ୍ୱାଲିୟରରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୨୭ ରନ୍ ସଂଗ୍ରହ କରିଥିଲା।
ଦଳ ପକ୍ଷରୁ ମେହିଦ ହାସନ ମିରାଜ ଅପରାଜିତ ରହି ସର୍ବାଧିକ ୩୫ ରନ୍ କରିଥିବା ବେଳେ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ୨୭ ରନ୍ କରିଥିଲଆ। ଅନ୍ୟ କୌଣସି ବ୍ୟାଟର ବଡ଼ ସ୍କୋର କରିବାରେ ସଫଳ ହୋଇ ନଥିଲେ। ଲିଟନ ଦାସ ୪ ରନ୍ କରି ଆଉଟ୍ ହୋଇଥିବା ବେଳେ ପରଭେଜ ହୁସେନ ଇମୋନ ୮, ତୱହିଦ ହୃଦୟ ୧୨, ମହମ୍ମଦୁଲ୍ଲା ୧, ଜାକେର ଅଲ୍ଲୀ ୮, ରିଶାଦ ହୁସେନ ୧୧ ଓ ତସ୍କିନ ଅହମଦ ୧୨ ରନ୍ କରିଥିଲେ।
ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଓ ବରୁଣ ଚକ୍ରବର୍ତ୍ତୀ ୩ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଯାଦବ ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲା। ମୟଙ୍କ ଯାଦବଙ୍କର ଏହା ଡେବ୍ୟୁ ମ୍ୟାଚ୍ ଥିଲା। ଏଥିରେ ସେ ୪ ଓଭରରେ ୨୧ ରନ୍ ଦେଇ ଗୋଟିଏ ୱିକେଟ୍ ପାଇଛନ୍ତି। ତାଙ୍କର ପ୍ରଥମ ଓଭର ମେଡେନ୍ ରହିଥିଲା। ଅର୍ଥାତ୍ ପ୍ରଥମ ଓଭରରେ କୌଣସି ରନ୍ ଦେଇ ନଥିଲେ।
ଅନ୍ୟପକ୍ଷରେ ୧୨୮ ରନ୍ର ବିଜୟ ଲକ୍ଷ୍ୟକୁ ଭାରତ ଅତି ସହଜରେ ହାସଲ କରି ନେଇଥିଲା। ଦଳ ମାତ୍ର ୧୧.୫ ଓଭରରେ ୩ଟି ୱିକେଟ୍ ୧୩୨ ରନ୍ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ୧୬ଟି ବଲ୍ରୁ ୫ଟି ଚୌକା ଓ ୨ଟି ଛକା ସହାୟତାରେ ୩୯ ରନ୍ କରି ଅପରାଜିତ ରହିଥିଲେ। ଓପନର ସଞ୍ଜୁ ସାମସନ ୧୯ଟି ବଲ୍ରୁ ୨୯ ରନ୍ କରିଥିବା ବେଳେ ଅଭିଷେକ ଶର୍ମା ୭ଟି ବଲ୍ରୁ ୧୬ ରନ୍ କରିଥିଲେ। ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ୧୪ଟି ବଲ୍ରୁ ୨୯ ରନ୍ କରିଥିବା ବେଳେ ନୀତୀଶ କୁମାର ରେଡ୍ଡୀ ୧୫ଟି ବଲ୍ରୁ ୧୬ ରନ୍ କରି ଅପରାଜିତ ରହିଥିଲେ।












Click it and Unblock the Notifications