ଭିଆଇପିଙ୍କୁ ଅଯୋଧ୍ୟା ନ ଆସିବାକୁ ଯୋଗୀ କରିଲେ ଅନୁରୋଧ, ଜାଣନ୍ତୁ କାରଣ ...
ଅଯୋଧ୍ୟା: ଅଯୋଧ୍ୟାରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଶେଷ ହୋଇଛି । ବେଶ ଧୂମଧାମରେ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଥିବା ବେଳେ ବର୍ତ୍ତମାନ ପୂରା ଦେଶ ରାମମୟ ହୋଇ ଉଠିଛି । କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବର ଝଲକ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ରାମଲାଲାଙ୍କୁ ଦର୍ଶନ କରିବାକୁ ଆତୁର ଭକ୍ତ । ଅଯୋଧ୍ୟା ରାମ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ।
ମଙ୍ଗଳବାର ୫ଲକ୍ଷରୁ ଅଧିକ ଲୋକ ରାମଲଲାଙ୍କ ଦର୍ଶନ କରିଛନ୍ତି । ଲୋକ ଗହଳିକୁ ଦୃଷ୍ଟିରେ ରଖି ଏବେ ମନ୍ଦିରରେ ଦର୍ଶନ ସମୟକୁ ବୃଦ୍ଧି କରାଯାଇଛି । ଏବେ ସକାଳ ୭ରୁ ରାତି ୧୧ଟା ଯାଏଁ ଶ୍ରଦ୍ଧାଳୁ ରାମଲଲାଙ୍କ ଦର୍ଶନ କରିପାରିବେ । ଭିଡକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭିଆଇପିଙ୍କୁ ଆଗାମୀ ୧୦ଦିନ ଯାଏଁ ଅଯୋଧ୍ୟା ନ ଆସିବାକୁ ଅନୁରୋଧ କରିଛନ୍ତି ।

ଯଦି ଆସୁଛନ୍ତି ତେବେ ଗ୍ରସ୍ତ ବାବଦରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରକୁ ପୂର୍ବରୁ ସୂଚନା ଦେବାକୁ କୁହାଯାଇଛି । ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ ଭିତରେ ଭିଭିଆଇପି ବ୍ୟକ୍ତିଙ୍କୁ ଯଥେଷ୍ଟ ସୁରକ୍ଷା ଓ ସୁବିଧା ଦେବା କଷ୍ଟକର ବୋଲି କହିଛି ସ୍ଥାନୀୟ ପ୍ରଶାସନ । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ଲକ୍ଷ ଲକ୍ଷ ଭକ୍ତ ସମାଗମ ହୋଇଛି । ତେଣୁ ସିଏମ ଯୋଗୀ ଭିଆଇପିଙ୍କୁ ଆଗ୍ରାହ୍ୟ କରିଛନ୍ତି କି, କିଛିଦିନ ପାଇଁ ଅଯୋଧ୍ୟାକୁ ନ ଆସନ୍ତୁ । ଯଦି ଆସୁଛନ୍ତି ତେବେ ଆସବାର ଏକ ସପ୍ତାହ ପୂର୍ବରୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କିମ୍ବା ରାଜ୍ୟ ସରକାରଙ୍କୁ ସୂଚନା ଦିଅନ୍ତୁ ।












Click it and Unblock the Notifications