ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ଯୋଗୀ ସରକାରଙ୍କ ବଡ଼ ଘୋଷଣା
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବନ୍ୟା ପ୍ରଭାବିତ ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଯୋଗୀ ଏହି ଘୋଷଣା ବନ୍ୟା ପ୍ରଭାବିତ ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ବନ୍ୟା ପୀଡ଼ିତଙ୍କ ପାଇଁ ରିଲିଫ୍ ସାମଗ୍ରୀ ବହନ କରୁଥିବା ଯାନଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିବାକୁ ସହାରନପୁରରେ ପହଞ୍ଚିଥିବା ସମୟରେ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ' ଉତ୍ତର ପ୍ରଦେଶରେ ବନ୍ୟା ଏବଂ ଜଳବନ୍ଦୀ ଯୋଗୁଁ ଯେଉଁ ଚାଷୀଙ୍କ ଫସଲ ପ୍ରଭାବିତ ହୋଇଛି, ସେମାନଙ୍କ ସର୍ଭେ କରାଯିବ। ସର୍ଭେ ରିପୋର୍ଟ ଆସିବା ମାତ୍ରେ ଯେଉଁ ଚାଷୀଙ୍କ ଚାଷ ନଷ୍ଟ ହୋଇଥିବ ତୁରନ୍ତ ସରକାରୀ ସ୍ତରରେ ସେମାନଙ୍କୁ ଟଙ୍କା ଏବଂ କ୍ଷତିର କ୍ଷତିପୂରଣ ପ୍ରଦାନ କରାଯିବ।'

ଏଥିସହିତ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ' ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ପାଇଁ ସରକାର ଯୁଦ୍ଧକାଳୀନଭିତ୍ତିରେ କାମ କରୁଛି। ଯେତେବେଳେ ସମସ୍ତେ ଏକାଠି ଏକ ସଙ୍କଟର ସମ୍ମୁଖୀନ କରନ୍ତି। ସେତେବେଳେ ସଙ୍କଟ ଆଉ ସଙ୍କଟ ହୋଇ ନଥାଏ।'












Click it and Unblock the Notifications