ବିଜେପିରେ ସାମିଲ ହେବେ ରେବନ୍ଥ!

ହାଇଦ୍ରାବାଦ: ଗତ ସାଧାରଣ ନିର୍ବାଚନରେ ଇଣ୍ଡିଆ ଓ ଏନଡ଼ିଏ ମଧ୍ୟରେ ହୋଇଥିଲା କଡ଼ା ମୁକାବିଲା । ଆଉ ଗତ ନିର୍ବାଚନରେ କଂଗ୍ରେସ ମଧ୍ୟ ଭଲ ପ୍ରଦର୍ଶନ କରିଥିଲା । ଳୋକସଭା ବିଜେପି ସହ କଡ଼ା ଟକ୍କର ଦେଇଥିଲା କଂଗ୍ରେସ । ଆଉ ବର୍ତ୍ତମନ ହେବାକୁ ଥିବା କିଛି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସ କିଭଳି ଭଲ ପଦର୍ଶନ କରିବ ସେ ନେଇ ଦଳ କରୁଛି ରଣନୀତି । ଆଉ ଏସବୁ ଭିତରେ କଂଗ୍ରେସକୁ ନେଇ ଆସିଛି ବଡ଼ ଖବର । ଏବେ କୁହାଯାଉଛି କଂଗ୍ରେସକୁ ଲାଗିବ ବଡ଼ ଝଟ୍‌କା। କାରଣ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଅର୍ଥାତ୍ ରେବନ୍ଥ ରେଡ୍ଡୀ ଖୁବ୍‌ଶୀଘ୍ର ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାକୁ ଯାଉଛନ୍ତି।

ଏଭଳି ଚାଞ୍ଚଲ୍ୟକର ଖୁଲାସା ପରେ ଜାତୀୟ ରାଜନୀତିରେ ଚହଳ ପଡିଛି। ଖୋଦ୍ କଂଗ୍ରେସର ହେଭିୱେଟ ନେତା ମଧ୍ୟ ଏନେଇ ସନ୍ଦେହ ଘେରରେ ଅଛନ୍ତି। ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ବିଆରଏସର କାର୍ଯ୍ୟକାରୀ ଅଧ୍ୟକ୍ଷ କେଟି ରାମା ରାଓ। ଏନେଇ ରେବନ୍ଥ ଖୋଦ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟି କଥା ହୋଇଛନ୍ତି ବୋଲି ସେ କହିଛନ୍ତି। ଆଉ ସେ ଖୁବ୍‌ଶୀଘ୍ର ଭାଜପାରେ ଯୋଗ ଦେବେ ବୋଲି ମଧ୍ୟ ଆଶ୍ୱସନା ଦେଇଛନ୍ତି।

CM Revanth

ରାମା ରାଓ କହିଛନ୍ତି, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଖୁବ୍ ଶୀଘ୍ର ନିଜ ଟିମ୍ ସହ ଭାରତୀୟ ଜନତା ପାର୍ଟି ଯୋଗ ଦେବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ରେବନ୍ଥଙ୍କର ଆଗାମୀ ରାଜନୈତିକ ଠିକଣା ଭାଜପା ଅଟେ। ଗଣମାଧ୍ୟକ ସହ ଏକ ଅନୌପଚାରିକ ସାକ୍ଷାତକାରରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିକଟରେ ନିଜର ଜଣେ ସହଯୋଗୀଙ୍କ ସହ ଏହି ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି।

ସହଯୋଗୀଙ୍କ ସହ କଥାବାର୍ତ୍ତାବେଳେ ରେବନ୍ଥ କହିଛନ୍ତି, ତାଙ୍କର ଜନ୍ମ ଭାଜପାରେ ହୋଇଛି ଆଉ ତାଙ୍କର ରାଜନୈତିକ ଯାତ୍ରା ସେ ଭାଜପାରେ ହିଁ ଶେଷ କରିବେ। ବିଆରଏସର କାର୍ଯ୍ୟକାରୀ ଅଧ୍ୟକ୍ଷ ଆହୁରି କହିଛନ୍ତି, ବିଜେପିରେ ସାମିଲ୍ ହେବା ନେଇ ମୁଖ୍ୟମନ୍ତ୍ରୀ ରେବନ୍ଥ, ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଛନ୍ତି। ମୋଦିଙ୍କ ସହ ବାର୍ତ୍ତାଳପ ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିନେ ସେ ତାଙ୍କର ରାଜନୈତିକ ଯାତ୍ରା ଏବିଭିପିରୁ ଆରମ୍ଭ କରିଥିଲେ ଆଉ ଏହି ଯାତ୍ରା ଭଗୱା ପତାକା ତଳେ ଶେଷ କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+