ଏବେଠୁ ସଜାଗ ରୁହ, ବନ୍ୟା ବାତ୍ୟାର ମୁକାବିଲା ପ୍ରସ୍ତୁତି ଆରମ୍ଭ ପାଇଁ ସିଏମ୍ଙ୍କ ନିର୍ଦ୍ଦେଶ
ଚଳିତ ବର୍ଷ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ। ପ୍ରତି ବର୍ଷ ମେ' ମାସରେ ସାରା ଭାରତରେ ସ୍ବାଭାବିକ ଭାବରେ ପାରଦ ସ୍ତର ବୃଦ୍ଧି ସହିତ ଗ୍ରୀଷ୍ଣ ଲହରି ମଧ୍ୟ ପରିଲକ୍ଷିତ ହୋଇଥାଏ। କିନ୍ତୁ ଚଳିତ ବର୍ଷ ମେ' ମାସ ଆଶ୍ଚର୍ଯ୍ୟଜନକ ଭାବରେ ବିପରୀତ ଅନୁଭବ ଆଣିଥିଲା। ଏହାକୁ ଦୃଷ୍ଟିରେ ରଖି ବନ୍ୟା ବାତ୍ୟାର ମୁକାବିଲା ପ୍ରସ୍ତୁତି ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ୱର ଡ୍ରେନେଜ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକାଶ କରିଛନ୍ତି। ଏ ଦିଗରେ ଗୁରୁତ୍ୱ ଦେବାର ଅଛି କହିଲେ ମୁଖ୍ୟମନ୍ତ୍ରୀ। ଏହାସହ ବନ୍ୟା ବାତ୍ୟାର ମୁକାବିଲା ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବାକୁ ସିଏମ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ଅଧିକ ବର୍ଷା ହେବାର ଆକଳନ ହୋଇଛି। ଏବେଠୁ ସଜାଗ ରହିବାକୁ ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଷାଢ଼ ମାସ ନ ହେଉଣୁ ବର୍ଷାରେ ରାଜଧାନୀ ବେହାଲ ହେଉଛି। ଏ ଦିଗରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।












Click it and Unblock the Notifications