ଶ୍ରୀନଗରରେ ଶୁଭିଲା ବିସ୍ଫୋରଣ ଶବ୍ଦ: ମୁଖ୍ୟମନ୍ତ୍ରୀ
ଶନିବାର ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ଘୋଷଣା ହୋଇଥିଲେ ହେଁ ସନ୍ଧ୍ୟା ହେଉ ହେଉ ଜମ୍ମୁର ଉଧମପୁର ଜିଲ୍ଲାରେ ପୁଣି ଥରେ ପାକିସ୍ତାନ ଡ୍ରୋନ ହମଲା କରିଛି। ମାତ୍ର 3 ଘଣ୍ଟା ପରେ ପାକିସ୍ତାନ ଅସ୍ତ୍ରବିରତି ଭାଙ୍ଗିଛି। LoCରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ଶ୍ରୀନଗରରେ ଜୋରଦାର ଧମାକା ପରେ ସାଇରନ ବାଜିବାରେ ଲାଗିଛି। ପୂରା ସହରକୁ ବ୍ଲାକଆଉଟ୍ ଘୋଷଣା କରାଯାଇଛି। ଏଲଓସିରେ ଆରଏସପୁରା, ରାଜୌରୀ ଏବଂ ପୁଞ୍ଚରେ ଗୁଳିମାଡ଼ କରିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା।

ଶ୍ରୀନଗରରେ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି । ବିଭିନ୍ନ ସ୍ଥାନରୁ ଶୁଭିଲା ବିସ୍ଫୋରଣ । ଏ ନେଇ ସୂଚନା ଦେଇଛନ୍ତି ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ସୀମାରେ ଗୁଳିଗୋଳା ବର୍ଷଣ କରୁଛି ପାକିସ୍ତାନ । ଫଳରେ ଏଲଓସିରେ ପୁଣି ଉତ୍ତେଜନା ଦେଖା ଦେଇଛି। ପାକିସ୍ତାନର ପ୍ରତିଟି ଦୁଃସାହସର ମୁହଁତୋଡ଼ ଜବାବ ଦେବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି।












Click it and Unblock the Notifications